Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଦ୍ୟୁତ୍ ଆଘାତରେ ହାତୀ ମୃତ

    Share on :
    ajab-Image
    Date: Mar 19, 2023    Views: 2648

    କେନ୍ଦୁଝର: କେନ୍ଦୁଝର  ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରି ଫରେଷ୍ଟ ସେକ୍ସନର ଜଡ଼ିପଦା ନିକଟରେ ଶନିବାର ରାତି ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
    ଶନିବାର ରାତି କାଳମାଟି- ବସନ୍ତପୁର ରାସ୍ତାର ଜଡିପଦା(ପ୍ରୋ ମିନେରାଲ ଛକ) ପାଖ ରାସ୍ତା କଡ଼ରେ ଜୁରୁଡ଼ି ଠାରୁ କାଇଯୋଡ଼ା ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀଟି ପ୍ରାଣ ହରାଇଥିବା ବେଳେ ରବିବାର ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀର ଶରୀରରେ ବିଦ୍ୟୁତ୍ ତାର ଗୁଡେ଼ଇ ହୋଇରହିଛି। ସକାଳୁ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗକୁ ଜଣାଇ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଇଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook