Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହାତୀ ଆକ୍ରମଣରେ ଯୁବକ ମୃତ

    Share on :
    ajab-Image
    Date: Jun 8, 2026    Views: 3481

    କୁତ୍ରା: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଦାରୁପିସା ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଜଙ୍ଗଲ ନିକଟରେ ମହୁଲ ଟୋଳ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ବଣୁଆ ହାତୀର ଆକ୍ରମଣରେ ଗ୍ରାମର ପ୍ରକାଶ ଟେଟେଙ୍କ ମୃତ୍ୟୁ ହୋଇଛି। ଘଟଣାଟି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ ପ୍ରକାଶ ଟେଟେ ସକାଳେ ନିଜ ଘରଠାରୁ ପ୍ରାୟ ଦୁଇଶହ ମିଟର ଦୂରରେ ଥିବା ଏକ ମହୁଲ ଗଛ ନିକଟକୁ ଟୋଳ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେହି ସମୟରେ ହଠାତ୍ ଏକ ହାତୀ ସେଠାରେ ପହଞ୍ଚି ତାଙ୍କ ଉପରେ ଆକ୍ରମଣ କରିଥିଲା।

    ହାତୀଟି ତାଙ୍କୁ ଟାଣି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ନେଇଯାଇ ମାରାତ୍ମକ ଭାବେ ଆକ୍ରମଣ କରିଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ପ୍ରକାଶ ଘରକୁ ଫେରିନଥିବାରୁ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଦାରୁପିସା ଓ ଆଖପାଖ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ହାତୀ ଚଳପ୍ରଚଳ ବୃଦ୍ଧି ପାଉଥିବାରୁ ଗ୍ରାମବାସୀମାନେ ସୁରକ୍ଷା ବ୍ୟବସ୍ଥା ଓ ବନବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook