Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ

    Share on :
    ajab-Image
    Date: Jun 2, 2026    Views: 4033

    ପରଜଙ୍ଗ: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତକ ଜଣକ ହେଉଛନ୍ତି ଡମୋଳ ଗ୍ରାମର ଅନିରୋଧ ବେହେରା (୫୦)ବର୍ଷ ।
    ସୂଚନା ମୁତାବକ ଉକ୍ତ ଦନ୍ତା ହାତୀଟି ୨ ଦିନ ହେବ ଖାଲପାଳ ଅଞ୍ଚଳରେ ରହିଥିଲା। ଦିନରେ ନିକଟସ୍ଥ ଜଙ୍ଗଲରେ ରହିଥିବା ବେଳେ ସଂଧ୍ୟା ସମୟରେ ଡମୋଳ ଅଞ୍ଚଳକୁ ପଳାଇ ଆସିଥିଲା । ସୋମବାର ସନ୍ଧ୍ୟାରେ ଉକ୍ତ ହାତୀଟି ବ୍ରାହ୍ମଣୀ ନଦୀ କୂଳରେ ଥିବା ଝରାସାହି ନିକଟକୁ ପଣସ ଖାଇବାକୁ ଆସିଥିବା ବେଳେ ସେହି ରାସ୍ତାରେ ଅନିରୋଧ ବେହେରା ସାଇକେଲ ଯୋଗେ ଇଟାଭାଟିକୁ ଯାଉଥିଲେ  । ଏହି ସମୟରେ ହାତୀ ସହ ମୁହାଁ ମୁହିଁ ହୋଇଯାଇଥିଲା । ଫଳରେ ଦନ୍ତା ତାଙ୍କୁ ଦଳି ମାରିଦେଇଥିଲା ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

    ଉକ୍ତ ଇଟା ଭାଟିରେ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକଙ୍କ ଠାରୁ ଖବର ପାଇ ଭାଟି ମାଲିକଙ୍କ ସହ ଗ୍ରାମବାସୀ ସେଠାରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଡିହଡୋଳ ଫରେଷ୍ଟର ଚନ୍ଦ୍ର ଶେଖର ବେହେରା, ସରାଙ୍ଗ ପୋଲିସ, ଫରେଷ୍ଟ ଗାର୍ଡ ଏବଂ ହାତୀ ସ୍କୂଡେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook