ମୁଖ୍ୟ ଖବର
ବଡକେରା: ଅନୁଗୁଳରେ ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଆହତ ହୋଇଛ୍ତି। ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ ଅନଗୁଳ ସେକ୍ସନ ତୁମୁଣୀ ତେଲିତଇଳା ଗାଁରେ ସକାଳୁ ଅଭାବନୀୟ ଘଟଣା ଘଟିଛି। ଗାଁର ବନ୍ଧୁ ବେହେରା (୬୫) ସକାଳୁ ଘର ନିକଟରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲା। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ପାଟି ଶୁଣି ପରିବାର ଲୋକେ ଗ୍ରାମବାସୀ ସେଠାରେ ପହଞ୍ଚିବା ପରେ ବନ ବିଭାଗ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଚିକିତ୍ସା ଚାଲିଛି। ଅନୁଗୁଳରେ ବାରମ୍ବାର ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଲୋକେ ଭୟଭୀତ ଅଛନ୍ତି।
Comments ସମସ୍ତ ମତାମତ