Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବୃଦ୍ଧଙ୍କୁ ଟେକି କଚାଡ଼ି ଦେଲା ଦନ୍ତା

    Share on :
    ajab-Image
    Date: Jul 5, 2025    Views: 2824

    ଢେଙ୍କାନାଳ: ଘର ପଛପଟକୁ ଶୌଚ ହେବାକୁ ଯାଇଥିଲେ ବୃଦ୍ଧ । ସେହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତା ହାତୀଟି ବୃଦ୍ଧଙ୍କୁ ଟେକି କଚାଡ଼ି ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ବୃଦ୍ଧଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।ଢେଙ୍କାନାଳ ଜିଲ୍ଲା କଳାଙ୍ଗ ଗ୍ରାମ ପଞ୍ଚାୟତ କାଳିକା ପ୍ରସାଦ ଗ୍ରାମ ନିକଟରେ ପୂର୍ବାହ୍ନରେ ଏହି ଘଟଣା ଘଟିଛି । ଗୁରୁତର ବୃଦ୍ଧ ଜଣଙ୍କ ଭାପୁର ଫାଣ୍ଡି ଅନ୍ତର୍ଗତ କାଳିକା ପ୍ରସାଦ ଗ୍ରାମର ୬୫ ବର୍ଷ ବୟସ୍କ ଉଦ୍ଧବ ଦେହୁରୀ ବୋଲି ଜଣାପଡିଛି । ଦନ୍ତା ହାତୀର ଆକ୍ରମଣରେ ଉଦ୍ଧବଙ୍କ ମୁଣ୍ଡ, ଅଣ୍ଟା ଓ ପିଚାରେ ଗଭୀର ଆଘାତ ଲାଗିଛି । ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । 

    Maximum 500 characters

    ତାଜା ଖବର View all

    Find Us on Facebook