ମୁଖ୍ୟ ଖବର
ଘୁ.ଉଦୟଗିରି:ଗତ ରାତିରେ ଜଣେ ଆଦିବାସୀ ଯୁବକଙ୍କୁ ଦଳି ଦେଇଛି ହାତୀ। କନ୍ଧମାଳଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଡ଼ଙ୍ଗାଏଯୁ ଗ୍ରାମର ପ୍ରଦୀପ ପ୍ରଧାନ ଓ ତାଙ୍କ ପରିବାର ନିଜ କ୍ଷେତକୁ ଚାଷ କରିବା ପାଇଁ ଆସିଥିଲେ।ସନ୍ଧ୍ୟା ସମୟରେ ସ୍ତ୍ରୀ ଶୁଭଲତା ପ୍ରଧାନ ଓ ଝିଅ ଶୁଭଲକ୍ଷ୍ମୀ ପ୍ରଧାନ ଘରକୁ ଫେରି ଯାଇଥିଲେ। କିନ୍ତୁ ପ୍ରଦୀପ ଘରକୁ ଫେରିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଦ୍ଦଳି ଚକଟି ମାରି ଦେଇଥିଲା।
ଏଣେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ କ୍ଷତିପୂରଣ ଓ ହାତୀକୁ ସ୍ଥାନାନ୍ତର ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଜିଲ୍ଲାପାଳ, ଡିଏଫ୍ ଓ ପହଞ୍ଚି ପ୍ରତିଶ୍ରୁତି ଦେବା ପାଇଁ ଅଡି ବସିରହିଛନ୍ତି। ଦୁଇ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।
Comments ସମସ୍ତ ମତାମତ