Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ଏକ ହାତୀ ମୃତ

    Share on :
    ajab-Image
    Date: Apr 18, 2026    Views: 3513

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି ଓ ପରେ କନ୍ଧମାଳ ଜିଲ୍ଲାର ବେଲଘର ରେଞ୍ଜର ଝିରିପାଣି ବିଟରେ ପ୍ରବେଶ କରି ଦୀର୍ଘ ୧୦ ଦିନ ହେବ ଅସୁସ୍ଥ ଅବସ୍ଥାରେ ଜଙ୍ଗଲ ଘୁରି ବୁଲୁ ଥିଲା। ଗୋଟିଏ ଦନ୍ତା ହାତୀଟି ଅସୁସ୍ଥ ଅବସ୍ଥା ରେ ବୁଲୁଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ।
    ଏହା ପରେ ବନ ବିଭାଗ ସେହି ହାତୀ ଅସୁସ୍ଥ ଖବର ବାଲିଗୁଡ଼ା ଡିଏଫଓ ଘନ ଶ୍ୟାମ ମହାନ୍ତକୁ ଖବର ଦେବା ପରେ ଘଟଣା ସ୍ଥଳରେ ଡିଏଫଓ ଓ ଏସିଏଫଓ ପହଞ୍ଚି ହାତୀ ଟିର ପାଟିରେ ଆଘାତ ହୋଇଥିବା ଜାଣି ଚିକିତ୍ସା ଆରମ୍ଭ କରିଥିଲେ।  କିନ୍ତୁ ଶେଷରେ  ଦନ୍ତା ହାତୀଟି ଆଖି ବୁଜିଛି। ୪ ମାସ ମଧ୍ୟରେ ୩ଟି ହାତୀଙ୍କ ମୃତ୍ୟୁକୁ ନେଇ ପରିବେଷବିତ୍ତ ଉଦବେଗ ପ୍ରକାଶ କରିଛନ୍ତି। ଗତ ଡ଼ିସେମ୍ବର ୧୨ ରେ ଏକ ହାତୀ ମୃତ ହୋଇଥିବା ବେଳେ ଜାନୁଆରୀ ୫ ରେ ଆଉ ଏକ ହାତୀ ର ମୃତ ହୋଇଥିଲା ତାହା ସାରା ରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ହାତୀ ମୃତ ଘଟଣା କୁ ଲୁଚାଇବାକୁ ଉଦ୍ୟମ ଘଟଣା ରେ ଜଣେ ଇଉୠଙ ଓ ରେଞ୍ଜର ନିଲମ୍ୱିତ ହୋଇଥିଲେ। ପୁଣି ଆଜି ଏକ ହାତୀ ମୃତ ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook