Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହିଳାଙ୍କୁ ଦଳିଦେଲା ଦନ୍ତା

    Share on :
    ajab-Image
    Date: Mar 3, 2026    Views: 2340

    ଢେଙ୍କାନାଳ: ଢେଙ୍କାନାଳରେ ତୁଟୁନି ହାତୀ-ମଣିଷ ଲଢ଼େଇ। ଅକାଳରେ ଯାଉଛି ନିରୀହ ଜୀବନ। ତମଣ୍ଡା ଗାଁରେ ପୁଣି ଜଣେ ମହିଳାଙ୍କୁ ଦଳିଦେଲା ଦନ୍ତା। ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲିଚାଲି ଖୁଣ୍ଟୁଝାରି ଗାଁକୁ ଯାଉଥିବା ବେଳେ ଗୋଟିକିଆ ଦନ୍ତା ଆକ୍ରମଣ କରିଥିଲା । ସ୍ତ୍ରୀ ସୁଷମା ପଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିବା ବେଳେ ସ୍ଵାମୀ ଗୁରୁବାରି ପଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଛନ୍ତି।ଘଟଣା ସ୍ଥଳରେ ଭାପୁର ଫାଣ୍ଡି ପୁଲିସ ଓ ବନ କର୍ମଚାରୀ ପହଞ୍ଚିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook