Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତିନି ଜଣଙ୍କୁ ମାରିଲା ହାତୀ

    Share on :
    ajab-Image
    Date: Jan 10, 2026    Views: 3384

    କରଞ୍ଜିଆ/ରରୁଆଁ: ହାତୀ ଆତଙ୍କରେ ଥରହର ହେଉଛି ସୀମାବର୍ତ୍ତୀ ଅଞ୍ଚଳ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ରରୁଆଁ ସେକ୍ସନଠାରୁ ୫୦ ମିଟର ଦୂର ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ଗତ ୨୪ ଘଣ୍ଟାରେ ତିନି ଜୀବନ ନେଇଛି ଗୋଠଛଡ଼ା ଦନ୍ତା । ମୃତକ ହେଲେ ବେନିସାଗର-ତିଳକୁଟି ଅଞ୍ଚଳର ଦେବେନ୍ଦ୍ର ପାତ୍ର, ଟ୍ରାଙ୍କୁଲାଇଜ୍ କରିବାକୁ ଆସିଥିବା ପଶ୍ଚିମବଙ୍ଗ ବନ ବିଭାଗ ସ୍କ୍ୱାଡ୍ର ସଦସ୍ୟ ସୁଖଲାଲ୍ ବେଶ୍ରା । ଅନ୍ୟ ଜଣେ ୮ବର୍ଷୀୟ ନାବାଳକ ବୋଲି ଜଣାପଡ଼ିଛି । ଉକ୍ତ ଅଞ୍ଚଳରେ ଝାଡ଼ଖଣ୍ଡୀ ଦନ୍ତା ବ୍ୟାପକ ଉପଦ୍ରବ କରୁଛି ।
    ଗତଦିନରେ ଅଞ୍ଚଳର ଗୋଟିଏ ପରିବାରର ୮ଜଣଙ୍କ ଜୀବନ ନେଇଥିଲା । ଏବେ ପୁଣି ତିନି ଜଣଙ୍କୁ ମାରିଛି । ବିଳମ୍ବିତ ରାତିରେ ହାତୀ ଜନବସତିରେ ପଶିଥିଲା । ହାତୀକୁ ଘଉଡ଼ାଇବାକୁ ଯାଇ ଦେବେନ୍ଦ୍ର ଏବଂ ନାବାଳକ ମୃତ୍ୟୁମୁଖରେ ପଡ଼ିଥିଲେ । ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଆସିଥିବା ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ୧୦ ଜଣିଆ ଟିମ୍‌ ସଦସ୍ୟ ସୁଖ୍‌ଲାଲ୍‌ ମଧ୍ୟ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ । ରରୁଆଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି ।
    ବନପାଳ ଜୟସିଂହ ମହାନ୍ତଙ୍କ ସୂଚନା ଅନୁଯାୟୀ, ହାତୀ ଯେପରି ଓଡ଼ିଶାରେ ପ୍ରବେଶ ନ କରେ ସେଥିପ୍ରତି କରଞ୍ଜିଆ ବନ ବିଭାଗ ସତର୍କ ଦୃଷ୍ଟି ରଖିଛି । ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ହାତୀ ଉପସ୍ଥିତି ଜାଣିଲେ ଘରେ ସୁରକ୍ଷିତ ଭାବେ ରହିବା ସହ ବନ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି । ଏବେ ସମାନ ଘଟଣା ମୟୂରଭଞ୍ଜ ସୀମାରେ ଭୟର ବାତାବରଣ ଖେଳାଇ ଦେଇଛି । ଗୋଠଛଡ଼ା ଦନ୍ତାଙ୍କୁ ତୁରନ୍ତ ଟ୍ରାଙ୍କୁଲାଇଜ୍ କରି କାବୁ କରିବାକୁ ସାଧାରଣରେ ଦାବି ହେଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook