Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଉଦ୍ଧାର ହେଲା ହାତୀ ରାମୁ ର କଙ୍କାଳ, ଆଗାମୀ ଦିନରେ ଗବେଷଣାରେ ଲାଗିବ ଏସବୁ ଅସ୍ଥି

    Share on :
    ajab-Image
    Date: Dec 14, 2025    Views: 3234

    ଭୁବନେଶ୍ବର: ଉଦ୍ଧାର ହେଲା ହାତୀ ରାମୁ ର ‘କଙ୍କାଳ’। ତେବେ ହାତୀର କଙ୍କାଳକୁ ସଂରକ୍ଷଣ କରିବା ରାମୁ ର ସମ୍ମାନକୁ ବୃଦ୍ଧି କରିବା ସହ ଗବେଷଣା କ୍ଷେତ୍ରରେ ଅନେକ ସାହାଯ୍ୟ କରିବ ବୋଲି କହିଛନ୍ତି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
    ରାମୁ ହାତୀର ଅସ୍ଥିକୁ ମ୍ୟୁଜିୟମରେ ସଂରକ୍ଷଣ କରିବାର ଯୋଜନା ଅନୁଯାୟୀ, ଆଜି ତାହାର ପ୍ରକ୍ରିୟା ଆରମ୍ଭ କରିଥିଲା ବନ ବିଭାଗ। ଏଥିପାଇଁ ମାଟି ଖୋଳି ମୃତ ହାତୀ ରାମୁ ର ହାଡ଼ ବାହାର କରିବାକୁ ଲାଗିଥିଲେ ୨୫ ଜଣିଆ ଦଳ। ଯେଉଁଥିରେ ଏମ୍ସ ମେଡିକାଲର ଫରେନସିକ ଏକ୍ସପର୍ଟଙ୍କ ସହ ଉପସ୍ଥିତ ଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ।ମାଟି ଖୋଳା ହେବା ପରେ ହାତୀର ପ୍ରାୟ ୪୦ରୁ ଅଧିକ ଖଣ୍ଡ ହାଡ଼ ବାହାରିଛି। ଯାହା ମଧ୍ୟରେ ମୁଣ୍ଡ, ଗୋଡ଼, ପାଦ, ଲାଞ୍ଜ ଓ ମେରୁଦଣ୍ଡ ହାଡ଼ ସ୍ପଷ୍ଟ ବାରି ହେଉଥିବା ବେଳେ କିଛି ହାଡ଼ ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି। ପ୍ରଥମେ ସମସ୍ତ ହାଡ଼କୁ କେମିକାଲ ଦ୍ୱାରା ସଫା କରାଯାଇ ଯୋଡ଼ା ଯିବା ପ୍ରକ୍ରିୟା ଆରମ୍ବ କରାଯିବ, ଯାହା ପ୍ରାୟ ୬ ମାସ ଲାଗିବ। ସବୁ ହାଡ଼ ଯୋଡ଼ି ହେବା ପରେ କିଛି ଏଭଳି ଦେଖାଯିବ ରାମୁର ଅସ୍ଥି।
    ରାମୁ ଥିଲା ରାଜଧାନୀ ଉପକଣ୍ଠର ସବୁଠୁ ସତେଜ ଓ ସାହାସୀ ହାତୀ। ଚନ୍ଦକା ଓ ଭରତପୁର ଅଂଚଳରେ ନିର୍ଦ୍ବନ୍ଦ୍ବରେ ବୁଲୁଥିଲେ ବି କେବେ କାହାକୁ କରି ନଥିଲା ଆକ୍ରମଣ। ଖାସ ଏଇଥିପାଇଁ ୨୦୨୪ ଅଗଷ୍ଟ ୧ରେ ରାମୁର ମୃତ୍ୟୁ ପରେ କଙ୍କାଳ ଜରିଆରେ ତା ସ୍ମୃତି ଉଦ୍ଜୀବିତ କରିବାକୁ ଯୋଜନା କରିଥିଲା ବନ ବିଭାଗ।ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶିବ ପ୍ରସାଦ ପରିଡା କହିଛନ୍ତି ଯେ, "ଯେଉଁ ହାଡ଼ ବାହାରିଛି ତାହାକୁ ଭଲ ଭାବେ କ୍ଲିନ କରାଯାଉଛି। ତାହାକୁ ଭଲ ଭାବେ ଯୋଡିବା ପାଇଁ ଚେଷ୍ଟା କରାଯାଉଛି", ବୋଲି କହିଛନ୍ତି।ଫରେନସିକ ଏକ୍ସପର୍ଟ ସୁଦୀପ୍ତ ରଞ୍ଜନ ସିଂ କହିଛନ୍ତି ଯେ, "ହାଡ଼ର କୌଣସି କିଛି ଇନଫେକ୍ସନ ହୋଇନାହିଁ । କିଭଳି ଭଲ ଭାବେ କ୍ଲିନ କରାଯିବ, ସେନେଇ ଚେଷ୍ଟା ମଧ୍ୟ କରାଯାଉଛି। ହାଡ଼ ଗୁଡିକ କିଭଳି ଭଲ ଭାବେ ରହିବ ସେନେଇ ବ୍ୟବସ୍ଥା କରାଯାଉଛି।"ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, "ଭଲ ଭାବେ କାର୍ୟ୍ୟ ଚାଲିଛି । ଖୁବ ଶୀଘ୍ର ଗୋଟିଏ ସ୍ଥାନରେ ରଖାଆଯିବ। ଆଶା କରାଯାଉଛି ସନ୍ଧ୍ୟା ପୂର୍ବରୁ ସମସ୍ତ କାମ ସରିବ", ବୋଲି ସେ କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook