Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଛୁଆ ହାତୀର ମୃତଦେହ ଠାବ

    Share on :
    ajab-Image
    Date: Jan 12, 2023    Views: 3581

    ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କନ୍ଧମାଳ ସୀମାନ୍ତ ଫୁଲବାଣୀ ବନଖଣ୍ଡର କରଡ଼ା ରେଞ୍ଜ ଅନ୍ତର୍ଗତ ଡେଙ୍ଗା ଖମଣ ଗ୍ରାମ ନିକଟରୁ ଏକ ଛୁଆ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ ହାତୀର ବୟସ ଆନୁମାନିକ ୩ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

    ସୂଚନାନୁଯାୟୀ ଡେଙ୍ଗା ଖମଣ ଗ୍ରାମ ନିକଟ ଜଙ୍ଗଲରେ ଏକ ଛୁଆ ଦନ୍ତା ହାତୀର ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବା ହେତୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଉକ୍ତ ଅଞ୍ଚଳଟି ଫୁଲବାଣୀ ବନଖଣ୍ଡର ହୋଇଥିବାରୁ ସ୍ଥାନୀୟ କରଡ଼ା ରେଞ୍ଜର ବିରଞ୍ଚି ପଣ୍ଡାଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ଥିଲେ।
     ଛୁଆ ଦନ୍ତାର କେଉଁ କାରଣରୁ ମୃତ୍ୟୁ ଘଟିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି କରଡ଼ା ରେଞ୍ଜର ବିରଞ୍ଚି ପଣ୍ଡା ସୂଚନା ଦେଇଛନ୍ତି। 

    Maximum 500 characters

    ସିନେମା View all

    Find Us on Facebook