Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ

    Share on :
    ajab-Image
    Date: May 24, 2026    Views: 3792

    ଭୁବନେଶ୍ୱର,: ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଏଭଳି ସ୍ଥିତିରେ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିଃ(ଓପିଟିସିଏଲ୍‌)ର କୌଣସି କର୍ମଚାରୀ ଛୁଟି ନେଇପାରିବେ ନାହିଁ କି ମୁଖ୍ୟାଳୟ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡ଼ିବେ ତେବେ ତାଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ନେବା ଜରୁରୀ। ଏନେଇ ଶନିବାର ଓପିଟିସିଏଲ୍‌ ପକ୍ଷରୁ ଏକ ସର୍କୁଲାର ଜାରିକରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି, ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ଉପୁଜିଛି ଏବଂ ବିଜୁଳିର ଆବଶ୍ୟକତାରେ ବୃଦ୍ଧି ଘଟିଛି ତାକୁ ଦୃଷ୍ଟିରେ ରଖି ଯେପରି ବିଦ୍ୟୁତ୍‌ କାଟ ସମସ୍ୟା ନ ହେବ ସେଥିଲାଗି କର୍ମଚାରୀଙ୍କ ଛୁଟି ବାତିଲ କରାଯାଉଛି। ଏହି ସ୍ଥିତିରେ ଆବଶ୍ୟକ ମାନବସମ୍ବଳ ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ମାତୃତ୍ୱ ଛୁଟି ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ନେଇଥିବା ଛୁଟିକୁ ଛାଡ଼ିଦେଲେ ଅନ୍ୟ ସବୁ ଛୁଟି ବାତିଲ କରିଦିଆଯାଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନେ ନିଜ କାର୍ୟ୍ୟସ୍ଥଳକୁ ଫେରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯେଉଁସବୁ ବୈଠକ, କନ୍‌ଫରେନ୍ସ, ସେମିନାର, ଟ୍ରେନିଂ ପ୍ରୋଗ୍ରାମ, ଅଫିସିଆଲ ଟୁର୍‌ ଏବଂ ଅନ୍ୟ ସବୁ କାର୍ୟ୍ୟକ୍ରମ ଲାଗି ନିର୍ଦ୍ଦେଶ ଥିଲା ସେସବୁ ବାତିଲ କରାଯାଇଛି। ଏହିସବୁ କାର୍ୟ୍ୟକ୍ରମ ଲାଗି ଯଦି କେହି କୁଆଡ଼େ ଯାଆନ୍ତି ତେବେ ସେଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଓପିଟିସିଏଲ୍‌ ପକ୍ଷରୁ କୁହାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook