Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଦ୍ୟୁତ ଆଘାତରେ ଜଣେ ମୃତ

    Share on :
    ajab-Image
    Date: Oct 3, 2023    Views: 3268

    କଣ୍ଟାବାଞ୍ଜି : ବିଦ୍ୟୁତ ଆଘାତରେ ଜଣେ ମୃତ। ତୁରୁକେଲା ଥାନା  ଗଡ଼ଗଡ଼ବାହାଲ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜ୍ୱାଇଁ ଘରେ ବିଦ୍ୟୁତ ସଜାଡୁ ଥିବା ବେଳେ ଶ୍ଵଶୁରଙ୍କର ମୃତ୍ୟୁ ହୋଇଛି।ମୃତକ ଜଣଙ୍କ ହେଲେ ମୁରିବାହାଲ ଥାନା କୁର୍ଲୁବାହାଲ ଗାଁର ଛବି ଧରୁଆ । ଛବି ଏକ ରାଜ ମିସ୍ତ୍ରୀ ହୋଇଥିବା ବେଳେ ଝିଅ ଘର ଗଡଗଡ଼ବାହାଲକୁ ଆସି ଘର କାମ କରୁଥିଲେ ।  ଜ୍ୱାଇଁ ଘରର ବିଦ୍ୟୁତ ବୋର୍ଡ ସଜାଡୁ ଥବାବେଳେ ତାଙ୍କୁ କରେଣ୍ଟ ଲାଗିଥିଲା । ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଆଜି ଛବିଙ୍କ ଶବକୁ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

    Maximum 500 characters

    ତାଜା ଖବର View all

    Find Us on Facebook