Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୧କେଭି ତାରରେ ଲାଗିଲା ମୂର୍ତ୍ତି, ଛାତ୍ର ମୃତ

    Share on :
    ajab-Image
    Date: Sep 19, 2023    Views: 2759

    ଭୁବନେଶ୍ୱର: ଆଜି ଗଣେଶ ପୂଜାରେ ଏକ ବଡ଼ ଅଘଟଣ ଘଟିଛି ।  ଗଣେଶ ମୂର୍ତ୍ତି ନେଇ ଆସିଲା ବେଳେ ୧୧ କେଭି ତାରରେ ଲାଗିଯିବାରୁ ଜଣେ ଛାତ୍ରଙ୍କ ମୃତୁ୍ୟ ହୋଇଥିବାବେଳେ ୪ ଜଣ ଛାତ୍ରଛାତ୍ରୀ ଗୁରୁତରଭାବେ ଆହତ ହୋଇଛନ୍ତି ।  ନରାଜସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଏହି  ଅଘଟଣ ଘଟିଛି ।  କିଛି ଛାତ୍ରଛାତ୍ରୀ ଏକ ଟ୍ରାକ୍ଟରରେ ବଡ଼ ଗଣେଶ ମୂର୍ତ୍ତି ନେଇ ଆସୁଥିଲେ ।  ତେବେ ମୂର୍ତ୍ତିଟି ୧୧ କେଭି ତାରରେ ଲାଗିବାରୁ ଜଣେ ଛାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା ।  ଗୁରୁତର ଛାତ୍ରଛାତ୍ରୀଙ୍କ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । 

    ପ୍ରକାଶ ଯେ ଶ୍ରୀଗଣେଶ ଚତୁର୍ଥୀ ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ସେ ପ୍ରତ୍ୟେକ ହିନ୍ଦୁଙ୍କ ଆଦି ଆରାଧ୍ୟ ଦେବତା । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୁଖ ପର୍ବ । ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗଣପର୍ବ । 

    Maximum 500 characters

    ତାଜା ଖବର View all

    Find Us on Facebook