Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ଼ଖବର: ୮ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି ନିଦେ୍ର୍ଧଶ

    Share on :
    ajab-Image
    Date: Apr 2, 2024    Views: 3255

    ଭୁବନେଶ୍ୱର:ରାଜ୍ୟରେ ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଓଡ଼ିଶା ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ଏକ ବଡ଼ ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟର ୮ଜଣ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିବାକୁ ନିର୍ବାଚନ ଆୟୋଗ ନିଦେ୍ର୍ଧଶ ଦେଇଛନ୍ତି ।

    ପ୍ରକାଶ ଯେ କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜଙ୍କୁ ବଦଳି କରାଯିବାକୁ ନିଦେ୍ର୍ଧଶ ଜାରି ହୋଇଛି । ଏହାଛଡ଼ା ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ମଧ୍ୟ ବଦଳି କରିବାକୁ ନିର୍ବାଚନ ଆୟୋଗ ନିଦେ୍ର୍ଧଶ ଦେଇଛନ୍ତି ।

    ସେହିପରି ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର,  ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ଖୋର୍ଦ୍ଧା ଏସପି ବି.ଯୁଗୋଳ କିଶୋରଙ୍କୁ ମଧ୍ୟ ବଦଳି କରିବାକୁ ନିର୍ବାଚନ ଆୟୋଗ ନିଦେ୍ର୍ଧଶ ଦେଇଛନ୍ତି ।

    ଏହାଛଡ଼ା ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଆଇପିଏସ କନୱର ବିଶାଲ ସିଂହଙ୍କୁ ବଦଳି କରିବାକୁ ନିଦେ୍ର୍ଧଶ ରହିଛି ।

    ଅନ୍ୟପକ୍ଷରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହଙ୍କୁ ମଧ୍ୟ ବଦଳି କରାଯିବାକୁ ନିଦେ୍ର୍ଧଶ ରହିଛି । ତୁରନ୍ତ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ବାଚନ ଆୟୋଗ ନିଦେ୍ର୍ଧଶ ଦେଇଛନ୍ତି ।

     

     

    Maximum 500 characters

    ତାଜା ଖବର View all

    Find Us on Facebook