Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆକାଶ, ସିଦ୍ଧାନ୍ତ ଓ ପ୍ରିୟଦର୍ଶୀଙ୍କୁ ମିଳିଲା ଟିକେଟ

    Share on :
    ajab-Image
    Date: Apr 2, 2024    Views: 3074

    ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଅଭିନେତା ଆକାଶ ଦାସନାୟକଙ୍କୁ କୋରେଇ ଆସନରୁ ଟିକେଟ୍‌ ଦେଇଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି ଆସନରୁ ଟିକେଟ୍‌ ଦେଇଛି। ସେହିପରି ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ବର ଉତ୍ତରରୁ ଟିକେଟ୍‌ ମିଳିଛି। ଏହିମାନେ ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ।

     ପ୍ରଥମ ପର୍ୟ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେଉଁମାନଙ୍କ ମଧ୍ୟରୁ ୧୭ ଜଣ ବିଧାୟକଙ୍କୁ ପୁଣିଥରେ ଭରସିଛି ଦଳ । ଯେଉଁମାନେ ଗତଥର ବିଜେପି ଟିକେଟରେ ବିଜୟୀ ହୋଇଥିଲେ । ସେହିଭଳି ଘୋଷିତ ୧୧୨ ଆସନ ମଧ୍ୟରୁ ବିଜେପି ଟିକେଟରେ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟିଛି ଦଳ । ମାଲକାନଗିରି ଓ ବ୍ରହ୍ମଗିରିରୁ ୨ ବିଧାୟକଙ୍କର ଟିକେଟ କାଟିଛି ବିଜେପି ।

    ପ୍ରଥମ ପର୍ୟ୍ୟାୟରେ ଟିକେଟ ପାଇଥିବା ୧୭ ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ ନାୟକ, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମୋହନ ଚରଣ ମାଝୀ, ଗଣେଶ ରାମ ଖୁଣ୍ଟିଆ, ଭାସ୍କର ମଢେଇ, ସନାତନ ବିଜୁଳି, ପ୍ରକାଶ ସୋରେନ, ସୂର୍ୟ୍ୟବଂଶୀ ସୂରଜ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ପ୍ରଦୀପ୍ତ କୁମାର ନାଏକ, ଜୟନ୍ତ କୁମାର ଷଡଙ୍ଗୀ, କେ ନାରାୟଣ ରାଓଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି ।

    Maximum 500 characters

    ତାଜା ଖବର View all

    Find Us on Facebook