Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଫଲଟା ବିଧାନସଭା ଆସନରେ ସାନି ମତଦାନ ଜାରି

    Share on :
    ajab-Image
    Date: May 21, 2026    Views: 2533

    କୋଲକାତା (ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫଲଟା ବିଧାନସଭା ଆସନରେ ଆଜି ସାନି ଭୋଟ ଗ୍ରହଣ ଜାରି ରହିଛି । ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ସକାଳ 9ଟା ପର୍ଯ୍ୟନ୍ତ 20.47 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଏଠାରେ ଏପ୍ରିଲ 29 ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ "ଗମ୍ଭୀର ନିର୍ବାଚନୀ ଅପରାଧ" ଘଟିଥିବା ଅଭିଯୋଗ ହୋଇଥିଲା । ଫଳରେ ଫଲଟା ନିର୍ବାଚନମଣ୍ଡଳୀରେ ହୋଇଥିବା ସମ୍ପୂର୍ଣ୍ଣ ମତଦାନକୁ ବାତିଲ କରାଯାଇ ମେ' 21 ତାରିଖରେ ସାନି ମତଦାନ ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ନିର୍ଦ୍ଦେଶ ଦେଇଥିଲେ ।
    ଫଲଟା ବିଧାନସଭା ଆସନ 285 ବୁଥରେ ସାନି ମତଦାନ ଚାଲିଛି । 2.36 ଲକ୍ଷରୁ ଅଧିକ ଲୋକ ଭୋଟ ଦେବାକୁ ଯୋଗ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରେ 1.15 ଲକ୍ଷ ମହିଳା ଏବଂ 9 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି । ଫଲଟା ନିର୍ବାଚନମଣ୍ଡଳୀରେ ମେ' 24 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।ଫଲଟା ନିର୍ବାଚନମଣ୍ଡଳୀର ନିର୍ବାଚନୀ ମଇଦାନରେ ମୋଟ 6 ଜଣ ପ୍ରାର୍ଥୀ ଅଛନ୍ତି, ଯେଉଁଥିରେ TMCର ଜାହାଙ୍ଗୀର ଖାନ ମଧ୍ୟ ସାମିଲ ଅଛନ୍ତି । ମାତ୍ର ସେ ଦୁଇ ଦିନ ତଳେ ଅର୍ଥାତ ଗତ ମଙ୍ଗଳବାର ଦିନ ନିର୍ବାଚନରୁ ଓହରି ଯିବାକୁ ଘୋଷଣା କରିଥିଲେ । ଯଦିଓ ଜାହାଙ୍ଗୀର ଖାନ ନିର୍ବାଚନରୁ ଓହରି ଯିବା ପାଇଁ ଘୋଷଣା କରିଥିଲେ, କିନ୍ତୁ ତାଙ୍କ ନାମ EVMରେ ରହିଛି, କାରଣ ସେ ଆନୁଷ୍ଠାନିକ ଭାବେ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ । ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ଦେବାଂଶୁ ପଣ୍ଡା, ସିପିଆଇ(ଏମ୍)ର ଶମ୍ଭୁ ନାଥ କୁର୍ମି ଏବଂ କଂଗ୍ରେସର ଅବଦୁର ରଜ୍ଜାକ ମୋଲ୍ଲା ଅଛନ୍ତି ।
    ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀମାନେ କହିଛନ୍ତି ଯେ, ପୁନଃନିର୍ବାଚନ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ମୋଟ 35 କମ୍ପାନୀ ନିୟୋଜିତ ହୋଇଛନ୍ତି, ପ୍ରତ୍ୟେକ ବୁଥରେ ଗୋଟିଏ ପୂର୍ଣ୍ଣ ସେକ୍ସନ ସମକକ୍ଷ 8 ଜଣ କର୍ମଚାରୀ ଅଛନ୍ତି । 
    ପଶ୍ଚିମବଙ୍ଗରେ ମୋଟ 294ଟି ବାଧାନସଭା ଆସନ ମଧ୍ୟରୁ 207ଟି ଆସନରେ ଜିତି ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook