Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗ: ୯ରେ ହେବ ଶପଥ ଗ୍ରହଣ ଉତ୍ସବ

    Share on :
    ajab-Image
    Date: May 5, 2026    Views: 2301

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର। ସୂତ୍ର ଅନୁସାରେ ମେ ୧୦ ତାରିଖ ପୂର୍ବରୁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ମେ ୯ ତାରିଖରେ ପଡୁଥିବାରୁ ଏହି ତାରିଖକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ୟ୍ୟ ସୂଚନା ଦେଇ କହିଛନ୍ତି ଯେ, ମେ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ।
    ଶୁଭେନ୍ଦୁ ଅଧିକାରୀ ସମେତ ଅନେକ ବରିଷ୍ଠ ବିଜେପି ନେତା ଦିଲ୍ଲୀରେ ଅମିତ ଶାହଙ୍କ ସହ ସରକାର ଗଠନ ରଣନୀତି ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

    ସେପଟେ  ବିଜେପିର ପ୍ରଚଣ୍ଡ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିବା ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାଁ ସବୁଠୁ ଆଗରେ ରହିଛି। 

    ସେହିପରି ବରିଷ୍ଠ ନେତା ଦିଲୀପ ଘୋଷ, ସମିକ ଭାଟାଚାର୍ୟ୍ୟଙ୍କ ନାଁ ମଧ୍ୟ ରେସରେ ଅଛନ୍ତି। ସେହିପରି ମହିଳା  ଚେହେରା ଭାବେ ଅଗ୍ନିମିତ୍ରା ପାଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ୨୦୦ରୁ ଅଧିକ ଆସନରେ ବିଜୟ ସହ ପଶ୍ଚିମବଙ୍ଗରେ ପ୍ରଥମ ଥର କ୍ଷମତାକୁ ଆସିଛି ବିଜେପି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook