Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଡୁଚେରୀରେ ପୁଣି ଏଆଇଏନ୍ଆରସି ନେତୃତ୍ୱାଧୀନ ମେଣ୍ଟ

    Share on :
    ajab-Image
    Date: May 5, 2026    Views: 2877

    ପୁଡୁଚେରୀ: ୩୦ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏଆଇଏନ୍ଆରସି ମେଣ୍ଟ ପୁଣି ମାରିଛି ବାଜି। ଏଠାରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୬ ଥିବା ବେଳେ ଏହି ମେଣ୍ଟ ୧୮ଟି ଆସନ ଜିତିଛି। ଏଆଇଏନ୍ଆରସି ୧୨ଟି ଆସନ ଜିତିଥିବା ବେଳେ ଏହାର ସହଯୋଗୀ ବିଜେପି ୪ଟି,  ଏଲଜେକେ ଗୋଟିଏ ଓ ଏଆଇଏଡିମକେ ଗୋଟିଏ ଆସନ ଜିତିଛନ୍ତି।
    ଅନ୍ୟପକ୍ଷରେ ଡିଏମକେ ମେଣ୍ଟ ୬ ଟି ଆସନ ଜିତିଛି। ଡିଏମକେ ୫ଟି ଆସନ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ଆସନ ଜିତିଛି। ଏହି ସେଣ୍ଟରେ ଥିବା ସିପିଆଇ ଓ ଭିସିକେ ଗୋଟିଏ ବି ଆସନ ଜିତି ନାହାନ୍ତି।
    ଅନ୍ୟପକ୍ଷରେ ଅନ୍ୟାନ ଦଳଗୁଡ଼ିକ ୬ଟି ଆସନରେ ବିଜୟୀ ହୋଇଛନ୍ତି। ୨୦୨୧ ନିର୍ବାଚନରେ ଏଆଇଏନ୍‌ଆରସି ୧୦ଟି ଓ ବିଜେପି ୫ଟି  ଆସନ ଜିତିଥିଲଲେ।  ସେମାନଙ୍କ ସହିତ ମେଣ୍ଟରେ ଜଣେ ସ୍ୱାଧୀନ ବିଧାୟକ ଥିଲେ। ସେହିପରି ଇଣ୍ଡିଆ ମେଣ୍ଟକୁ ୧୧ଟି ଆସନ ମିଳିଥିବା ବେଳେ ସେଥିରୁ ଡିଏମ୍‌କେ ୭ ଓ କଂଗ୍ରେସ ୪ ଆସନ ପାଇଥିଲେ। ସେମାନଙ୍କ ସହିତ ୩ ଜଣ ସ୍ୱାଧୀନ ବିଧାୟକ ରହିଥିଲେ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook