Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗ:ମ୍ୟାଜିକ୍ ନମ୍ବର ପାର କରିଛି ଭାରତୀୟ ଜନତା ପାର୍ଟି

    Share on :
    ajab-Image
    Date: May 4, 2026    Views: 2516

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବଡ଼ ପରିବର୍ତ୍ତନ । ହଟିବେ 'ଦିଦି' ଫୁଟିବ ପଦ୍ମ ! ପଶ୍ଚିମବଙ୍ଗରେ ବିଜେପିର ବମ୍ ବମ୍ । ମମତା ବନାର୍ଜୀଙ୍କ ଗଡ଼ରେ ବିଜେପିର ଦମଦାର ପ୍ରଦର୍ଶନ । ବଙ୍ଗରେ ଲିଡ୍ କରୁଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ମ୍ୟାଜିକ୍ ନମ୍ବର ପାର କରିଛି ଭାରତୀୟ ଜନତା ପାର୍ଟି । ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା ଜାରି ରହିଛି । ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୯୩ ଆସନରେ ଆଗୁଆ ରହିଛି । ଟିଏମସି ୧୦୦ ଆସନରେ ଲିଡ୍ କରୁଛି । ଯାହା ଟିଏମସିକୁ ଝଟକା ଦେଇଛି । ବଙ୍ଗରେ 'ଦିଦି' ସରକାରର ପତନ ହେବାକୁ ଯାଉଛି । ରାଜ୍ୟରେ ପ୍ରଥମ କରି ସରକାର ଗଢିବ ବିଜେପି । ପ୍ରାୟ  ୨୦୦ ଆସନରେ ଲିଡ୍ କରୁଛି ଗେରୁଆ ଦଳ । କେବଳ ବିଧିବଦ୍ଧ ରେଜଲ୍ଟ ଘୋଷଣାକୁ ଅପେକ୍ଷା ରହିଛି ।  ପଶ୍ଚିମବଙ୍ଗରେ ବିଜେପି ଶିବିରରେ ବିଜୟ ଉତ୍ସବ ଆରମ୍ଭ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook