Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗ: ବିଜେପି-୧୮୯, ଟିଏମସି-୧୦୦, ଅନ୍ୟ-୪

    Share on :
    ajab-Image
    Date: May 4, 2026    Views: 2453

    ଦୀର୍ଘ ୧୫ ବର୍ଷ ପରେ ବେଙ୍ଗଲରେ ରାଜନୀତିକ ପରିବର୍ତ୍ତନ ହେବାର ସଙ୍କେତ ମିଳିଛି। ବେଙ୍ଗଲରେ ଇତିହାସ ରଚିବାର ଅତି ନିକଟରେ ପହଞ୍ଚି ଯାଇଛି ବିଜେପି। ରାଜ୍ୟରେ ଭୋଟିଂ ହୋଇଥିବା ୨୯୩ଟି ଆସନରୁ ବିଜେପି ପ୍ରାୟ ୧୮୯ଟି ଆସନ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି।

    ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୭। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ୧୮୯ଟି ଆସନରେ ଲିଡ କରୁଛି। ସେହିପରି ମମତା ବାନାର୍ଜୀଙ୍କ ଟିଏମସି  ୧୦୦ ଆସନରେ ଆଗରେ ରହିଛି। କଂଗ୍ରେସ କୌଣସି ଆସରେ ନିଜର ପ୍ରଭାବ ଦେଖାଇ ପାରିନାହିଁ। 

    ୨୦୨୧ରେ ଟିଏମସି ବେଙ୍ଗଲରେ ୨୧୫ଟି ଆସନ ଜିତିଥିଲା। ବିଜେପି ୭୭ଟି ଆସନ ପାଇଥିଲା। ପ୍ରଥମଥର ପାଇଁ ବିଧାନସଭାରେ ବିଜେପି ବିରୋଧୀ ଦଳର ମାନ୍ୟତା ପାଇଥିଲା।

    ୫ ବର୍ଷ ପରେ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାର ସମ୍ଭବନା ସୃଷ୍ଟି କରିଛି। ୨୦୨୧ରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ନନ୍ଦିଗ୍ରାମରେ ମମତା ବାନାର୍ଜୀ ହାରିଥିଲେ। 

    ଏହାପରେ ଭବାନୀପୁର ଉପ ନିର୍ବାଚନରେ ମମତା ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୬ରେ ଶୁଭେନ୍ଦୁ ନନ୍ଦିଗ୍ରାମ ସହ ମମତାଙ୍କ ଗଡ଼ ଭବାନୀପୁରରେ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ପ୍ରାରମ୍ଭିକ ପର୍ୟ୍ୟାୟରେ ଉଭୟ ନନ୍ଦିଗ୍ରାମ ଓ ଭବାନୀପୁରରେ ଶୁଭେନ୍ଦୁ ଲିଡ କରୁଥିଲେ। ହେଲେ ଏବେ ଭବାନୀପୁରରେ ମମତା ଲିଡ ହାସଲ କରି ନେଇଛନ୍ତି। ମମତା ଲିଡ ହାସଲ କରିଥିଲେ ହେଁ ତାଙ୍କ ଦଳ ଟିଏମସି ୧୦୦ ତଳକୁ ଖସି ଯାଇଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook