ମୁଖ୍ୟ ଖବର
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଚାଲିଛି ଭୋଟ୍ ଗଣତି । ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ବିଜେପି ରାଜ୍ୟରେ ଏବେସୁଦ୍ଧା ଆଗରେ ରହିଛି । ଦଳ ୧୮୦ ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୧୧୧ ସିଟରେ ଆଗରେ ରହିଛି। ଯାହା ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି। ପ୍ରାରମ୍ଭିକ ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଦିଦିଙ୍କ ଖେଳ ଖତମ୍ ହେବା ସହ ବିଜେପି ସରକାର ଗଢ଼ିବ ବୋଲି ଆକଳନ କରାଯାଉଛି।
ରିପୋର୍ଟ ଅନୁସାରେ, ବିଜେପି ନେତା ତଥା ପଶ୍ଚିମବଙ୍ଗର ବିଜେପି ଚେହେରା ଶୁଭେନ୍ଦୁ ଅଧିକାରୀ ଆଗରେ ରହିଛନ୍ତି । ଉଭୟ ଭବାନୀପୋର ଏବଂ ନନ୍ଦିଗ୍ରାମ ଆସନରେ ସେ ବିପକ୍ଷ ପ୍ରା୍ର୍ଥୀଙ୍କ ଠାରୁ ଅଧିକ ଭୋଟ୍ ପାଇଛନ୍ତି ।
ସେ ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବ। ନିର୍ବାଚନରେ ବହୁ ସଂଖ୍ୟକ ମୁସଲିମ ଭୋଟର ତୃଣମୂଳ କଂଗ୍ରେସକୁ ସମର୍ଥନ କରିନାହାଁନ୍ତି। ସେ ଦାବି କରିଛନ୍ତି ଯେ ଭବାନୀପୁରରେ ସମାନ ଧାରା ପରିଲକ୍ଷିତ ହେଉଛି।
Comments ସମସ୍ତ ମତାମତ