ମୁଖ୍ୟ ଖବର
ନୂଆଦିଲ୍ଲୀ: ଭୋଟ୍ ଗଣତି ବଢ଼ିଚାଲିଥିବା ବେଳେ ତାମିଲନାଡୁରେ ଦେଖିବାକୁ ମିଳିଛି ରୋଚକ ମୋଡ଼। ପ୍ରାରମ୍ଭିକ ଗଣତି ବେଳେ ଆଗରେ ରହିଥିବା ଶାସକ ଡିଏମ୍କେ ମେଣ୍ଟକୁ ଲାଗିଛି ବଡ଼ ଧକ୍କା। କାନ୍ଦିଲେଣି ଡିଏମ୍କେ ନେତା ଓ କର୍ମୀ। କାରଣ ଗଣତି ଆଗେଇ ଚାଲିବା ସହିତ ଡିଏମ୍କେ ନେତୃତ୍ୱାଧୀନ ମେଣ୍ଟର ଆସନ ସଂଖ୍ୟା କମି ଚାଲିଛି।
ତାମିଲନାଡୁ ବିଧାନସଭାରେ ୨୩୪ଟି ଆସନ ଥିବା ବେଳେ ୨୨୦ଟି ଆସନରେ ଗଣତି ଚାଲିଥିବା ବେଳେ ଟିଭିକେ ୧୦୦ଟି ଆସନରେ ଆଗରେ ଥିବା ବେଳେ ଏଆଇଏଡିଏମକେ ୭୨ଟି ଓ ଶାସକକ ଡିଏମ୍କେ ମେଣ୍ଟ ୪୭ଟି ଆସନରେ ଆଗରେ ରହିଛି। ଏହି ପ୍ରାରମ୍ଭିକ ଫଳାଫଳ ଉଭୟ ଟିଭିକେ ଓ ଏଆଇଏଡିଏମ୍କେକୁ ଉତ୍ସାହିତ କରିଛି। ଏମିତିକି ତାଙ୍କ ନେତା ଓ କର୍ମୀ ସେଲିବ୍ରେସନ ଆରମ୍ଭ କରି ଦେଲେଣି।
ଏଠାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ୧୧୮ ହୋଇଥିବା ବେଳେ ଟିଭିକେ ଏହି ନମ୍ବର ପାର କରିପାରିବ କି ନାହିଁ ତାହା ଆଉ କେଇ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ।
Comments ସମସ୍ତ ମତାମତ