ମୁଖ୍ୟ ଖବର
ନୂଆଦିଲ୍ଲୀ:ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ, ଆସାମା ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଭୋଟ୍ ଗଣତି ଚାଲିଥିବା ବେଳେ ତିନି ଜଣ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନରେ ପଛରେ ଚାଲିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରେ ପଛରେ ଚାଲିଥିବା ବେଳେ ତାମଲନାଡୁରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଓ କେରଳମରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପଛରେ ଚାଲିଛନ୍ତି। ଷ୍ଟାଲିନ କୋଲାଥୁର ଆସନରେ ପଛରେ ଚାଲିଥିବା ବେଳେ ବିଜୟନ ‘ଧର୍ମଦାମ’ ଆସନରେ ପଛରେ ରହିଛନ୍ତି।
ଏହି ତିନି ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନଙ୍କ ନେତୃତ୍ୱାଧୀନ ଦଳଗୁଡ଼ିକ ମଧ୍ୟ ପଛରେ ଚାଲିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ୧୪୮ଟି ଆସନରେ ଆଗରେ ଥିବା ବେଳେ ମମତାଙ୍କ ଟିଏମ୍ସି ୧୨୨ଟି ଆସନରେ ଆଗରେ ରହିଛି। ବାମ ଦଳ ଗୋଟିଏ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି।
ତାମିଲନାଡୁରେ ଟିଭିକେ ୧୦୪ଟି ଆସନରେ ଆଗରେ ରହିଥିବା ବେଳେ ଏଆଇଏଡିଏମ୍କେ ୭୭ଟି ଓ ଡିଏମ୍କେ ୫୧ଟି ଆସନରେ ଆଗରେ ରହିଛି।
କେରଳମ୍ରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୯୬ଟି ଆସନରେ ଆଗରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଦଳ ସିପିଆଇ (ଏମ୍) ନେତୃତ୍ୱାଧୀନ ଏଲ୍ଡିଏଫ ୪୧ଟି ଆସନରେ ଆଗରେ ରହିଛି। ବିଜେପି ମେଣ୍ଟ ଗୋଟିଏ ଆସନରେ ଆଗରେ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛନ୍ତି।
Comments ସମସ୍ତ ମତାମତ