Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, 11ଟା ସୁଦ୍ଧା 39.97 % ପ୍ରତିଶତ ମତଦାନ

    Share on :
    ajab-Image
    Date: Apr 29, 2026    Views: 2443

    କୋଲକାତା: ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେଉଛି । 7ଟି ଜିଲ୍ଲାର ପ୍ରାୟ 142ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି ।ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସକାଳ 11ଟା ସୁଦ୍ଧା 39.97 ପ୍ରତିଶତ ମତଦାନ ହୋଇଛି ।
     23 ଏପ୍ରିଲରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ, 93.19 ପ୍ରତିଶତ ଭୋଟରଙ୍କ ରେକର୍ଡ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 16ଟି ଜିଲ୍ଲାର ମୋଟ 152ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ମେ' 4 ତାରିଖ ପଳାଫଳ ପ୍ରକାଶ ପାଇବ ।ନିର୍ବାଚନ ହେବାକୁ ଥିବା 142ଟି ଆସନ ମଧ୍ୟରୁ, ଗତ 2021 ନିର୍ବାଚନରେ ଟିଏମସି 123ଟି ଜିତିଥିବା ବେଳେ ବିଜେପି ମାତ୍ର 18ଟି ଏବଂ ଆଇଏସଏଫ ଗୋଟିଏ ଆସନରେ ଜିତିଥିଲା ।
    ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀ । ଭାରତୀୟ ଜନତା ପାର୍ଟିର ଶୁଭେନ୍ଦୁ ଅଧିକାରୀଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା । ବିଜେପି ନେତା ଶୁଭେନ୍ଦୁ ନନ୍ଦିଗ୍ରାମରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମମତାଙ୍କ ନେତୃତ୍ୱାଧୀନ ଟିଏମସି ସରକାର ବଙ୍ଗରେ ଚତୁର୍ଥ ଥର ପାଇଁ ସରକାର ଗଢ଼ିବାକୁ ଆଶା ରଖିଛି 

    Maximum 500 characters

    ଦେଶ ବିଦେଶ View all

    Find Us on Facebook