Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜେପି ବୁଥ ଏଜେଣ୍ଟଙ୍କୁ ଆକ୍ରମଣ

    Share on :
    ajab-Image
    Date: Apr 29, 2026    Views: 2415

    କୋଲକାତା: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ୟ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି। ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଜେପି  ବିରୁଦ୍ଧରେ ଏକ ଭୟଙ୍କର ଲଢ଼େଇର ସମ୍ମୁଖୀନ ହେଉଛି। ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି। ତଥାପି ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ, ହିଂସା ନିରନ୍ତର ଜାରି ରହିଛି। ଏବେ ରିପୋର୍ଟ ଆସିଛି ଯେ, ଜଣେ ଭାଜପା ବୁଥ ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଛି। ନଦିଆ ଜିଲାର ଛାପ୍ରାରେ ୫୩ ନମ୍ବର ବୁଥ୍‌ରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କର୍ମୀମାନେ ଜଣେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରେ ଆଘାତ ଦେଇଛନ୍ତି। ଘଟଣାର ସୂଚନା ପାଇ ନିର୍ବାଚନ କମିଶନ ଏହି ବିଷୟରେ ଏକ ରିପୋର୍ଟ ମାଗିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook