Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଙ୍ଗ ମଇଦାନରେ ହେଭିୱେଟଙ୍କ ମାରାଥନ ପ୍ରଚାର

    Share on :
    ajab-Image
    Date: Apr 27, 2026    Views: 3005

     ନୂଆଦିଲ୍ଲୀ: ଆଜି ଥମିବ ବଙ୍ଗ ସମରର ପ୍ରଚାର... ମଇଦାନରେ ମୋଦି-ଶାହ ଓ ଯୋଗୀଙ୍କ ମାରାଥନ କ୍ୟାମ୍ପେନ୍ । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ କମ୍ପୁଛି ପଶ୍ଚିମବଙ୍ଗ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ହେଭିୱେଟଙ୍କ ଶେଷ ପ୍ରୟାସ ।

    ବଙ୍ଗ ମଇଦାନରେ ହେଭିୱେଟଙ୍କ ମାରାଥନ ପ୍ରଚାର । ଥମିବ ନିର୍ବାଚନୀ ଉଷ୍ମତା । ଆଜି ଶେଷ ହେଉଛି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ହାଇଭୋଲଟେଜ୍ ପ୍ରଚାର । ହାତରେ ମାତ୍ର କିଛି ଘଣ୍ଟା ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି ବିଜେପିର ହେଭିୱେଟ୍ ନେତା ।

    ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ଟି ଆସନ ପାଇଁ ଆସନ୍ତା ବୁଧବାର ଅର୍ଥାତ୍ ଏପ୍ରିଲ ୨୯ରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରେ ମତଦାନ ଶେଷ ହୋଇଥିବା ବେଳେ ଏବେ ବାକି ଆସନ ହାତେଇବାକୁ ନେତାଙ୍କ ମଧ୍ୟରେ ଲାଗିଛି ପ୍ରତିଯୋଗିତା ।

    ଆଜି ପ୍ରଚାରର ଶେଷ ଦିନରେ ବିଜେପିର ଶୀର୍ଷ ନେତୃତ୍ୱ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଶାଳ ଜନସଭା ଓ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୧୧ଟା ୪୫ରେ ବାରାକପୁରଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

    ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳୁ ଗଙ୍ଗାସାଗରରେ ସ୍ନାନ କରିବା ସହ କପିଳ ମୁନି ଆଶ୍ରମ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ବେହେଲାର ଡାଇମଣ୍ଡ ହାର୍ବର ରୋଡରେ ବିଶାଳ ରୋଡ୍ ଶୋ’ କରି ଭୋଟ୍ ଭିକ୍ଷା କରିବେ ଶାହ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି କଲ୍ୟାଣୀ, ଧନେଖାଲି, ଦମ୍‌ଦମ୍ ଏବଂ ରାଜରହାଟ ଗୋପାଳପୁରରେ ବ୍ୟାକ-ଟୁ-ବ୍ୟାକ ରୋଡ୍ ଶୋ’ ଏବଂ ସାଧାରଣ ସଭା କରି ପ୍ରଚାର ମଇଦାନକୁ କମ୍ପାଇବେ । ସମଗ୍ର ଦେଶର ନଜର ଏବେ ବଙ୍ଗ ମଇଦାନ ଉପରେ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ମେ ୪ ତାରିଖରେ ସ୍ପଷ୍ଟ ହେବ ଯେ ପଶ୍ଚିମବଙ୍ଗରେ କାହାର ଗଡ଼ ରହିବ ଏବଂ କିଏ କ୍ଷମତାକୁ ଆସିବ। ।

    କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାଦିଆ ତେହଟ୍ଟା ଓ ଦକ୍ଷିଣ ରାଣାଘାଟରେ କ୍ୟାମ୍ପେନ ଅବସରରେ TMC ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ଓ TMC କ୍ଷମତାରେ ଥିବା ବେଳେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ଆତଙ୍କବାଦ ଓ ନକ୍ସଲବାଦ ଶେଷ ହୋଇଛି । ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ମେ ୪ରେ ବେଙ୍ଗଲରେ ପଦ୍ମ ଫୁଟିବ ।

    ବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ଏପ୍ରିଲ ୨୯ରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୪୨ଟି ଆସନ ପାଇଁ ମତଦାନ ହେବ । ଭୋଟ୍ ଗଣତି ଏବଂ ଫଳାଫଳ ଘୋଷଣା ମେ ୪'ରେ ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook