Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଂଗ ବିଧାନସଭା ନିର୍ବାଚନ। : ଆଜି ସରୁଛି ପ୍ରଚାର

    Share on :
    ajab-Image
    Date: Apr 27, 2026    Views: 2376

    ନୂଆଦିଲ୍ଲୀ: ପଶ୍ଚିମବଂଗ ବିଧାନସଭା ନିର୍ବାଚନ। ଆଜି ସରୁଛି ନିର୍ବାଚନୀ ପ୍ରଚାର। ଦୁଇଟି ପର୍ୟ୍ୟାୟରେ ଭୋଟ ଗ୍ରହଣ ହେଉଥିବାବେଳେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ୟ୍ୟାୟ ଭୋଟ। ଆଜି ପ୍ରଚାରର ଶେଷ ଦିନ ଥିବାରୁ ଜୋରସୋରରେ ଚାଲିଛି ପ୍ରଚାର। ବିଜେପି ଓ ଟିଏମସି ସହ କଂଗ୍ରେସ ଓ ବାମଦଳ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। କ୍ୟାମ୍ପେନରେ କମ୍ପୁଛି କୋଲକାତା। 

    ଦ୍ବିତୀୟ ତଥା ଅନ୍ତିମ ପର୍ୟ୍ୟାୟ ପ୍ରଚାର ପାଇଁ କୋଲକାତାରେ ଷ୍ଟାର୍ କ୍ୟାମ୍ପେନରଙ୍କ ଭିଡ଼ ଲାଗିଛି। ମଇଦାନରେ ମୋଦି ବନାମ୍ ମମତା। ଗତକାଲି କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଳ ରୋଡ୍ ଶୋ’ କରିଛନ୍ତି। ଉତ୍ତର-କୋଲକାତା ଯେଉଁଠି ଦିଦିଙ୍କ ଗଡ଼ ଭାବେ ଜଣାଶୁଣି ସେଠି ମୋଦି ପ୍ରଚାର କରିଛନ୍ତି। 

    ପଶ୍ଚିମବଙ୍ଗର ପ୍ରସିଦ୍ଧ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ପାଖ କାଲିବାଡ଼ିରେ ମାଆ କାଳୀଙ୍କ ଦର୍ଶନ କରିବା ସହ ଆଶିଷ ମାଗିଛନ୍ତି। ପରେ ଶହ ଶହ ଲୋକେ ମୋଦିଙ୍କ ଗୋଟିଏ ଝଲକ ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରି ରହିଥିଲେ।ରୋଡ୍ ଶୋ’ ଯେତେ ଲମ୍ବା ଚାଲିଥିଲା ସେତେ ଭିଡ଼ ବଢ଼ି ଚାଲିଥିଲା। 

    ସେହିପରି ମମତା ବାନାର୍ଜୀ ବି କୋଲକାତା ଭବାନୀପୁରରେ ନିଜ ପାଇଁ ଭୋଟ୍ ମାଗିଥିଲେ। ନିଜ ଶୈଳୀରେ ପାଦରେ ଚାଲି ଚାଲି ସେ ପ୍ରଚାର କରିଥିଲେ। ଆସନ୍ତା ୨୯ ତାରିଖ ଦିନ ଦ୍ବିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ହେବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook