Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗ: ପ୍ରଥମ ପର୍ଯ୍ୟାୟରେ ପିଟାପିଟି

    Share on :
    ajab-Image
    Date: Apr 23, 2026    Views: 2948

    ପଶ୍ଚିମବଙ୍ଗରେ ଜାରି ରହିଛି ଭୋଟିଂ। ଏହାରି ଭିତରେ ଦେଖିବାକୁ ମିଳିଛି ଭୟଙ୍କର ନିର୍ବାଚନୀ ହିଂସା। ମୁର୍ଶିଦାବାଦ ଜିଲ୍ଲାର ଡୋମକାଲ ନିର୍ବାଚନମଣ୍ଡଳୀ ଏକ ପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଛି। ଏହି ଜିଲ୍ଲାରେ ମତଦାନ ସମୟରେ ଗଣ୍ଡଗୋଳ ଘଟିଛି। ଶାସକ ତୃଣମୂଳ କଂଗ୍ରେସ କର୍ମୀ ଓ ହୁମାୟୁନ କବୀରଙ୍କ ପାର୍ଟି AJUP କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ହୁମାୟୁନ୍ କବୀରଙ୍କ ବିରୋଧରେ  ‘ଚୋର, ଚୋର’ ସ୍ଲୋଗାନ ଦିଆଯିବା ସହିତ ସେଠାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ମୁର୍ଶିଦାବାଦର ନୌଡାରେ, ଟିଏମସି ବ୍ଲକ ଅଧ୍ୟକ୍ଷ ହୁମାୟୁନ କବୀରଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ। 
    ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କେନ୍ଦ୍ରୀୟ ଫୋର୍ସଙ୍କୁ ମୁତୟନ କରାଯାଇଥିଲା। କେନ୍ଦ୍ରୀୟ ବାହିନୀର କଠୋର ହସ୍ତକ୍ଷେପ ପରେ ଉତ୍ତେଜନା କମିଥିଲେ ମଧ୍ୟ ଅଞ୍ଚଳରେ ଏବେ ବି ସ୍ଥିତି ଅଶାନ୍ତ ରହିଛି। ଅନ୍ୟପଟେ, ଏହି ହିଂସାକାଣ୍ଡକୁ ନେଇ ନିର୍ବାଚନ କମିଶନ ଅତ୍ୟନ୍ତ କଠୋର ହୋଇଛନ୍ତି। ସମ୍ପୂର୍ଣ୍ଣ ଘଟଣାର ରିପୋର୍ଟ ତଲବ କରିବା ସହ ଜିଲ୍ଲା ପ୍ରଶାସନକୁ ଜବାବ ମାଗିଛନ୍ତି ।ଆମ ଜନତା ଉନ୍ନୟନ ପାର୍ଟିର ପ୍ରାର୍ଥୀ କବୀର ପୂର୍ବରୁ ଟିଏମସିରୁ ଇସ୍ତଫା ଦେଇଥିଲେ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook