ମୁଖ୍ୟ ଖବର
ନୂଆଦିଲ୍ଲୀ: ଆସାମ,କେରଳମ, ପୁଡୁଚେରୀରେ ମତଦାନ ଜାରି। ୨୯୬ଟି ଆସନରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଦିନ ୧୧ଟା ସୁଦ୍ଧା ଆସାମରେ ୩୯% ମତଦାନ ହୋଇଛି। ସେହିପରି କେରଳମ୍ ରେ ୩୩.୨୮% ଏବଂ ପୁଡୁଚେରୀରେ ୩୭.୬% ଭୋଟିଂ ହୋଇଛି। ସନ୍ଧ୍ୟା ୬ଟା ଯାଏ ଭୋଟିଂ ଚାଲିବ। ମେ’ ୪ରେ ଫଳାଫଳ ସାମ୍ନାକୁ ଆସିବ ।
ସୂଚନାନୁଯାୟୀ, ଆସାମର ୧୨୬ ସିଟ୍, କେରଳର ୧୪୦ ସିଟ୍ ଏବଂ ପୁଡୁଚେରୀର ୩୦ ବିଧାନସଭା ସିଟ୍ ରେ ଭୋଟିଂ ଚାଲିଛି। କଂଗ୍ରେସ ସାଂସଦ ଶଶି ଥରୁର କେରଳର ଥିରୁଅନନ୍ତପୁରମରେ ଭୋଟ୍ ଦେଇଛନ୍ତି। ମତଦାନ ପରେ ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ଏଠାରେ ବିଜେପିର କୌଣସି ଫ୍ୟାକ୍ଟର ନାହିଁ। ଏହା ଏଭଳି ଏକ ରାଜ୍ୟ ଯେଉଁଠି ବିଜେପି ହାତକୁ ଗୋଟିଏ ବି ସିଟ୍ ଯିବ ନାହିଁ। କେରଳରେ ପ୍ରକୃତ ଲଢେଇ ଶାସକ ଦଳ ଏଲଡିଏଫ୍ ଏବଂ ୟୁଡିଏଫ୍ ମେଣ୍ଟ ଭିତରେ ଚାଲିଛି। ସେପଟେ ପୁଡୁଚେରୀ ଉପରାଜ୍ୟପାଳ କେ କୈଳାଶନାଥନ ଡିଏମଏସ କାର୍ଯ୍ୟାଳୟ ସ୍ଥିତ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ମତଦାନ ପରେ ଭୋଟର୍ ଙ୍କୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନରେ ମତଦାନ ପ୍ରତି ନାଗରିକଙ୍କ ପ୍ରାଥମିକ କର୍ତ୍ତବ୍ୟ। ତେଣୁ ସବୁ ନାଗରିକଙ୍କୁ ଭୋଟ୍ ଦେବାକୁ ମୁଁ ଅପିଲ୍ କରୁଛି। କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଅର୍ଲେକର ମଧ୍ୟ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି ଯେ, ଭୋଟ୍ ଦେଇ ମୁଁ ଖୁସି ଅନୁଭବ କରୁଛି। ଅଧିକରୁ ଅଧିକ ଭୋଟ୍ ଦେବା ପାଇଁ ମୁଁ ରାଜ୍ୟବାସୀଙ୍କୁ ଅନୁରୋଧ କରୁଛି। ଲୋକତନ୍ତ୍ର ଆମ ମାଟି ଏବଂ ହୃଦୟରେ ଅଛି। ଆସନ୍ତୁ ସମସ୍ତେ ମିଶି ମତଦାନ କରିବା।
ନିର୍ବାଚନ କମିଶନଙ୍କ ସରକାରୀ ତଥ୍ୟ ଅନୁଯାୟୀ, ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ତିନୋଟି ରାଜ୍ୟରେ ପ୍ରାୟ ୧୭ ପ୍ରତିଶତ ମତଦାନ ହୋଇଛି। ଭୋଟର ଟର୍ଣ୍ଣଆଉଟ୍ ଆପ୍ ଅନୁଯାୟୀ, ଆସାମରେ ସର୍ବାଧିକ ୧୭.୮୭ ପ୍ରତିଶତ ମତଦାନ ହୋଇଛି। କେରଳରେ ୧୬.୨୩ ପ୍ରତିଶତ, ପୁଡୁଚେରୀରେ ୧୭.୪୧ ପ୍ରତିଶତ ମତଦାନ ହୋଇଛି।
Comments ସମସ୍ତ ମତାମତ