Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେରଳମରେ ତ୍ରିମୁଖୀ ଲଢ଼େଇ, ସକାଳ ୯ଟା ସୁଦ୍ଧା ୧୬.୨୩% ମତଦାନ

    Share on :
    ajab-Image
    Date: Apr 9, 2026    Views: 2960

     ନୂଆଦିଲ୍ଲୀ: କେରଳମରେ ଭୋଟ୍ ଦେଉଛନ୍ତି ଜନତା। କେରଳମର ୧୪୦ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନେତା ବାଛୁଛନ୍ତି ୨ କୋଟି ୭୧ ଲକ୍ଷ ଭୋଟର୍। ସକାଳ ୯ଟା ସୁଦ୍ଧା ୧୬.୨୩ ପ୍ରତିଶତ ହେଇଛି ଭୋଟ୍।ଏଥର କେରଳମ୍ ରେ ତ୍ରିମୁଖୀ ଲଢ଼େଇ। ବାମପନ୍ଥୀ ଗଣତାନ୍ତ୍ରିକ ମେଣ୍ଟ- LDFରେ CPI, CPM ସହ ୧୦ ସହଯୋଗୀ ଅଛନ୍ତି । କଂଗ୍ରେସ ନେତୃତ୍ବାଧୀନ ମିଳିତ ଗଣତାନ୍ତ୍ରିକ ମେଣ୍ଟ- UDFରେ ୫ ସହଯୋଗୀ ସହ ମଇଦାନକୁ ଓହ୍ଲାଇ ଥିବା ବେଳେ ବଡ଼ ଏଣ୍ଟ୍ରି ନେଇଛି ବିଜେପି। NDA ମେଣ୍ଟରେ BJP ସହ ଭାରତ ଧର୍ମ ଜନସେନା ଓ KKC ପାର୍ଟି ଏକାଠି ହୋଇ ମଇଦାନକୁ ଓହ୍ଲାଇଛନ୍ତି। 
    କଂଗ୍ରେସ ଏବଂ ବାମ ମେଣ୍ଟର ଗଡ଼ ଭିତରେ ଧସେଇ ପଶିବାକୁ ଚେଷ୍ଟା କରୁଛି ବିଜେପି। ୨୦୨୪ ଲୋକସଭା ନିର୍ବାଚନରେ ଓପନିଂ କରିବା ପରେ ତିରୁଅନନ୍ତପୁରମ୍ ମେୟର ସିଟ୍ କୁ ଅକ୍ତିଆର ଦଳର ଆତ୍ମଭରସାକୁ ଡବଲ୍ କରିଛି। ତେଣୁ ଏଥର କେରଳ ସମସ୍ତଙ୍କୁ ସପ୍ରାଇଜ୍ କରିପାରେ ବୋଲି ଅନୁମାନ କରାଯାଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook