ମୁଖ୍ୟ ଖବର
ନୂଆଦିଲ୍ଲୀ: ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଚାର କାର୍ୟ୍ୟ ଶେଷ ହୋଇଛି। ଆସନ୍ତା ୯ ତାରିଖ (ଗୁରୁବାର) ଏହି ରାଜ୍ୟଗୁଡିକରେ ଭୋଟଗ୍ରହଣ କରାଯିବ। ଆସାମ ବିଧାନସଭାର ୧୨୬, କେରଳର ୧୪୦ ଏବଂ ପୁଡୁଚେରୀର ୩୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସାମରେ ହିମନ୍ତ ବିଶ୍ବଶର୍ମାଙ୍କ ନେତୃତ୍ବାଧୀନ ବିଜେପି ସରକାର କ୍ଷମତାରେ ଥିବାବେଳେ ଏହାକୁ ଗାଦିଚ୍ୟୁତ କରିବାକୁ କଂଗ୍ରେସ ଅଣ୍ଟା ଭିଡିଛି।
କେରଳରେ ପିନାରାଇ ବିଜୟନଙ୍କ ଏଲଡିଏଫ୍ (ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ) ବର୍ତ୍ତମାନ ଶାସନ କରୁଛି। କେରଳରେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ (ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ) ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ ଚଳାଇଛି। ଚଳିତ ନିର୍ବାଚନରେ ବିଜେପି ମଧ୍ୟ କିଛି ଆସନ ହାତେଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅପରପକ୍ଷରେ ପୁଡୁଚେରୀରେ ଏନଆର କଂଗ୍ରେସ ଓ ବିଜେପିର ମେଣ୍ଟ ସରକାର କ୍ଷମତାରେ ଥିବାବେଳେ ଏହା ପୁଣି ବିଜୟୀ ହେବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏନଡିଏ ମେଣ୍ଟ ପାଇଁ ଡିଏମକେ-କଂଗ୍ରେସ ଅସୁବିଧା ସୃଷ୍ଟି କରିବାର ସମ୍ଭାବନା ରହିଛି।
Comments ସମସ୍ତ ମତାମତ