ମୁଖ୍ୟ ଖବର
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ରବିବାର ତାରିଖ ଘୋଷଣା ହେବା ପରେ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ସଚିବଙ୍କ ସମେତ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିଛନ୍ତି । ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ୧୯୯୩ ବ୍ୟାଚର ଆଇଏଏସ୍ ଦୁଷ୍ୟନ୍ତ ନାରିୟାଲା ନୂଆ ମୁଖ୍ୟ ସଚିବ ନିଯୁକ୍ତ ହୋଇଛନ୍ତି । ଗୃହ ସଚିବ ଜଗଦୀଶ ପ୍ରସାଦ ମୀଣାଙ୍କର ମଧ୍ୟ ବଦଳି ହୋଇଛି । ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ସଂଘମିତ୍ରା ଘୋଷ ଗୃହ ସଚିବ ହୋଇଛନ୍ତି । ଏଥିସହ ପୁଲିସ ବିଭାଗରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି । ପୀୟୂଷ ପାଣ୍ଡେଙ୍କ ସ୍ଥାନରେ ସିଦ୍ଧନାଥ ଗୁପ୍ତାଙ୍କୁ ଡିଜିପି କରାଯାଇଛି ।
ସୁପ୍ରତିମ ସରକାରଙ୍କ ସ୍ଥାନରେ ଅଜୟ କୁମାର ନନ୍ଦ କୋଲକାତା ପୁଲିସ କମିଶନର ପଦରେ ଅବସ୍ଥାପିତ ହୋଇଛନ୍ତି । ନଟରାଜନ ରମେଶ ବାବୁଙ୍କୁ ସୁଧାର ସେବା ମହାନିର୍ଦ୍ଦେଶକ କରାଯାଇଛି । ଅଜୟ ମୁକୁନ୍ଦ ରାଣାଡେଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏବଂ ଆଇଜିପି(ଆଇନଶୃଙ୍ଖଳା)ର ପଦ ମିଳିଛି । ନିର୍ବାଚନ ଆୟୋଗଙ୍କ ଅନୁସାରେ, ଏହି ନିର୍ଦ୍ଦେଶ ତତ୍କାଳ ଲାଗୁ ହେବ । ଯେଉଁ ଅଧିକାରୀମାନଙ୍କୁ ବଦଳି କରାଯାଇଛି ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏ ନିର୍ବାଚନ ସହ ଜଡି଼ତ କୌଣସି ପଦରେ ମୁତୟନ କରାଯିବ ନାହିଁ ।
Comments ସମସ୍ତ ମତାମତ