Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ୪ଟାରେ ନିର୍ବାଚନ ତାରିଖ ଘୋଷଣା

    Share on :
    ajab-Image
    Date: Mar 15, 2026    Views: 3076

    ନୂଆଦିଲ୍ଲୀ: ଆଜି ଭାରତୀୟ ନିର୍ବାଚନ କମିଶନ  ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ କାର୍ୟ୍ୟସୂଚୀ ପ୍ରକାଶ କରିବେ। ନିର୍ବାଚନ କମିଶନ ଅପରାହ୍ନ ୪ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।  ଯାହାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସମ୍ବୋଧିତ କରିବେ । ସୂତ୍ର ଅନୁସାରେ, ପଶ୍ଚିମବଙ୍ଗରେ ସବୁଠାରୁ ବଡ଼ ନିର୍ବାଚନୀ ଲଢ଼େଇ ଦେଖାଯିବ।  ଯେଉଁଠାରେ ତିନିରୁ ଚାରି ପର୍ୟ୍ୟାୟରେ ମତଦାନ ହୋଇପାରେ। ଆସାମରେ ଦୁଇଟି ପର୍ୟ୍ୟାୟରେ ମତଦାନ ହେବାର ସମ୍ଭାବନା ଅଛି। ଏହାବ୍ୟତୀତ ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଏପ୍ରିଲ କିମ୍ବା ମେ ମାସର ପ୍ରଥମ ସପ୍ତାହରେ ଭୋଟଦାନ ଏବଂ ଫଳାଫଳ ଘୋଷଣା କରାଯାଇପାରେ। ନିର୍ବାଚନ କମିଶନ ମେ ୭ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ନେଇ ସୂଚନା ମିଳିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook