Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାସେଶ୍ୱରୀଙ୍କ ସମର୍ଥକଙ୍କ ଚେତାବନୀ, ଟିକେଟ ନମିଳିଲେ ବିଜେଡିକୁ ମିଳିବନି ସହଯୋଗ

    Share on :
    ajab-Image
    Date: Mar 31, 2024    Views: 2472

    ସମ୍ବଲପୁର: ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଲାଣି । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରି ସାରିଛି । ଆଗକୁ କୌଣସି ମୁହୂର୍ତ୍ତରେ ଜିଲ୍ଲାର ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲା ବିଜେଡିର କନ୍ଦଳ ଏବେ ପଦାରେ ପଡିଛି । ଲୋକସଭା ପ୍ରାର୍ଥୀ ହେବା ପରେ ଶୁକ୍ରବାର ପ୍ରଥମ କରି ସମ୍ବଲପୁର ଗସ୍ତରେ ଆସିଥିବା ରାଜ୍ୟ ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଆଗରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମର୍ଥକ ଖୋଲା ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ରାସେଶ୍ୱରୀଙ୍କୁ ଯଦି ବିଧାନସଭା ଟିକଟ ନ ମିଳେ ତାହେଲେ କୌଣସି କର୍ମୀ ନିର୍ବାଚନରେ ସହଯୋଗ କରିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ପୂର୍ବତନ ବିଧାୟିକାଙ୍କ ସମର୍ଥକ । ଫଳରେ ଏହା ଦଳର ଶୀର୍ଷ ନେତାଙ୍କୁ ଅଡୁଆରେ ପକାଇ ଦେଇଛି ।

    ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁରରେ ପ୍ରାର୍ଥୀ କରିବା ପାଇଁ ଘୋଷଣା କରିବା ପରେ ବିଜେଡି ବବି ଦାସଙ୍କୁ ମଇଦାନକୁ ଓହ୍ଲାଇଛି । ଫଳରେ ଧର୍ମେନ୍ଦ୍ର- ବବି ଲଢେଇ କେବଳ ରାଜ୍ୟ ନୁହେଁ ବରଂ ଜାତୀୟ ରାଜନୀତିରେ ସମ୍ବଲପୁରକୁ ଚର୍ଚ୍ଚାରେ ରଖିବାକୁ ଯାଉଛି । ଆଉ ଏହି ଆସନ ବର୍ତ୍ତମାନ ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି । ଏଥିପାଇଁ ଉଭୟ ଦଳ ନିଜର ପୁରା ଶକ୍ତି ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କଲେଣି । ଏଭଳି ସ୍ଥିତିରେ ଶୁକ୍ରବାର ବବି ଦାସ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ତାଙ୍କ ସମ୍ମୁଖରେ ଦଳୀୟ ବିଦ୍ରୋହର ଧ୍ଵନୀ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

    ସୂଚନା ଅନୁସାରେ, ଜିଲ୍ଲା ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସମେତ ସବୁ ଗୋଷ୍ଠୀର ନେତା ଓ କର୍ମୀ ସାମିଲ ହୋଇ ସ୍ବାଗତ କରିଥିଲେ । ତେବେ ସେଠାରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ନଥିଲେ । ତେବେ ରାସେଶ୍ବରୀଙ୍କ ସମର୍ଥକ ଗୋଷ୍ଠୀ ସେଠାରେ ସାମିଲ ହୋଇଥିଲେ । ବବି ସମଲେଶ୍ୱରୀଙ୍କ ଦର୍ଶନ ପରେ ସିଧା ଶାନ୍ତିନଗର ସ୍ଥିତ ରାସେଶ୍ଵରୀଙ୍କ ବାସଭବନକୁ ଯାଇଥିଲେ । ଏହି ସମୟରେ ବାହାରେ ଥିବା ରାସେଶ୍ଵରୀଙ୍କ ସମର୍ଥକ ବ‌ବିଙ୍କୁ ଦେଖି ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ରାସେଶ୍ଵରୀଙ୍କ ଛଡା ଅନ୍ୟ କାହାକୁ ଟିକଟ ଦିଆଗଲେ କୌଣସି ସହଯୋଗ କରାଯିବନି ବୋଲି କହିଥିଲେ କ୍ଷଏପରିକି ବବିଙ୍କୁ ସମର୍ଥନ କରାଯାଇପାରେ କିନ୍ତୁ ବିଧାୟକ ପ୍ରାର୍ଥୀଙ୍କୁ କୌଣସି ସମର୍ଥନ ଦିଆଯିବନି ବୋଲି ରାସେଶ୍ୱରୀଙ୍କ ସମର୍ଥକ ରୋକଠୋକ ଶୁଣାଇଥିଲେ । ବିଶେଷ କରି ଜିଲ୍ଲା ବିଜେଡି ମହିଳା ସଭାପତି ବନ୍ଦିତା ମିଶ୍ରଙ୍କ ସହ ଥିବା କେତେକ ମହିଳା କର୍ମୀ ଏମିତି କହିଥିବା ଜଣାପଡ଼ିଛି ।

    Maximum 500 characters

    ରାଜନୀତି View all

    Find Us on Facebook