Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜଟଣୀରୁ ସ୍ୱାଧୀନ ଭାବେ ଲଢ଼ିବି: ସିଦ୍ଧାର୍ଥ

    Share on :
    ajab-Image
    Date: Mar 31, 2024    Views: 2762

    ଭୁବନେଶ୍ୱର: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘର କଳି ଏବେ ଧିରେ ଧିରେ ସାମ୍ନାକୁ ଆସୁଛି । ରାଜନୀତି ପାଇଁ ୩ ଫାଳ ହୋଇଛି ପରିବାର । ବାପା କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ବିଜେଡିରେ ମିଶି ଭୁବନେଶ୍ୱର ଲୋକସଭା ଆସନରୁ ଟିକେଟ ପାଇଛନ୍ତି । ଏବେ ବଡପୁଅ ସିଦ୍ଧାର୍ଥ ରାଉତରାୟ ଜଟଣୀରୁ ସ୍ୱାଧୀନ ଭାବେ ଲଢିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ କହିଛନ୍ତି ଜଟଣୀରୁ ଏକା ସେ ସତ୍ୟ ଓ ନ୍ୟାୟ ପାଇଁ ଲଢିବେ ।
    ସିଦ୍ଧାର୍ଥ ରାଉତରାୟ ଜଣେ ଭଲ ପର୍ବାତାରୋହୀ । ବାହାରେ ରହୁଥିବା ସିଦ୍ଧାର୍ଥ ଗତବର୍ଷ ହିଁ ଓଡିଶା ଆସିଥିଲେ । ସେ ସମୟରେ ସୁର କହିଥିଲେ ସିଦ୍ଧାର୍ଥ ନିର୍ବାଚନ ଲଢିବେ । ତେବେ ସେ କେଉଁଠୁ ଲଢିବେ ତାହା ସ୍ପଷ୍ଟ ହୋଇନଥିଲା । ଏବେ ଜଟଣୀରୁ ସ୍ୱାଧୀନ ଲଢିବେ ବୋଲି ଘୋଷଣା କରିଥିଲେ ବି କଂଗ୍ରେସକୁ ପ୍ରଂଶସା କରିଛନ୍ତି ସିଦ୍ଧାର୍ଥ । ଆଉ କହିଛନ୍ତି, ବାପା ଯାହା ଭୁଲ କରିଛନ୍ତି ତାକୁ ଠିକ କରିବା ଦାୟିତ୍ୱ ବଡପୁଅର । କଂଗ୍ରେସ ପ୍ରତି ସମ୍ମାନ ଓ ସମର୍ଥନ ରହିଆସିଛି । କଂଗ୍ରେସରୁ ଠିଆହେଲେ ଭୁଲ ବାର୍ତ୍ତା ଯିବ । ତେଣୁ ସେ ଏକାକୀ ଲଢିବେ ।

    ସିଦ୍ଧାର୍ଥଙ୍କ ବାପା ସୁର ରାଉତରାୟ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ୬-୬ ଥର ବିଧାୟକ ଅଛନ୍ତି । ଏଠାରେ କଂଗ୍ରେସର ପକେଟ ଭୋଟ ଅଛି । କିନ୍ତୁ ସିଦ୍ଧାର୍ଥ ସ୍ୱାଧୀନ ଛିଡାହେଲେ ସୁରଙ୍କ ଭୂମିକା କଣ ହେବ? ବଡପୁଅ ନା ସାନପୁଅ ପାଇଁ ପ୍ରଚାର କରିବେ ତାହା ସୁରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook