Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୦୨୪ରେ ନୁହେଁ, ୨୦୨୯ରେ ହେବ ଏକକାଳୀନ ନିର୍ବାଚନ

    Share on :
    ajab-Image
    Date: Sep 30, 2023    Views: 3092

    ନୂଆଦିଲ୍ଲୀ : ୨୦୨୪ରେ ଲୋକ ସଭା ଓ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ହେବନାହିଁ। ୨୦୨୯ରେ ଏହାକୁ କାର୍ୟ୍ୟକାରୀ କରାଯାଇପାରିବ ବୋଲି ଲ’ କମିଶନ ମତ ଦେଇଥିବା ସୂତ୍ରରୁ ଜଣାପଡ଼ିଛି। ‘ଏକ ଦେଶ ଏକ ନିର୍ବାଚନ’କୁ ନେଇ ବିତର୍କ ଜାରି ରହିଥିବାବେଳେ ଲ’ କମିଶନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରିପୋର୍ଟ ପ୍ରକାଶ କରିପାରନ୍ତି। ସବୁ ନିର୍ବାଚନକୁ ଏକାଥରକେ କରିବାକୁ ହେଲେ ସମ୍ବିଧାନ ସଂଶୋଧନ ଜରୁରୀ। ତେଣୁ ବର୍ତ୍ତମାନ ଏହାକୁ କାର୍ୟ୍ୟକାରୀ କରାଯାଇପାରିବ ନାହିଁ ବୋଲି କମିଶନ କହିଛନ୍ତି। ପ୍ରକାଶ ଯେ, ୨୦୨୨ ଡିସେମ୍ବରରେ ୨୨ତମ ଲ’ କମିଶନ ଏହା ଉପରେ ୬ଟି ପ୍ରଶ୍ନକୁ ନେଇ ଜାତୀୟ ଦଳଗୁଡ଼ିକ ସମେତ ବିଭିନ୍ନ ପକ୍ଷଙ୍କ ମତାମତ ଲୋଡ଼ିଥିଲେ। ପୂର୍ବରୁ ୨୦୧୮ରେ ୨୧ତମ ଲ’ କମିଶନ ଏକକାଳୀନ ନିର୍ବାଚନ ସମ୍ପର୍କିତ ଚିଠା ରିପୋର୍ଟ ଆଇନ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲେ। ଏହାଦ୍ୱାରା ନିର୍ବାଚନ ପରିଚାଳନା ବାବଦ ଖର୍ଚ୍ଚ ଏବଂ ପ୍ରଶାସନିକ ବୋଝ ହ୍ରାସ ହେବ ବୋଲି କମିଶନ ଦର୍ଶାଇଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook