Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

    Share on :
    ajab-Image
    Date: May 29, 2022    Views: 3811

    ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ୩୧ ତାରିଖ ମତଦାନ କରାଯିବ । ଏଥିପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ନେତା ଓ କର୍ମୀଙ୍କ ପ୍ରଚାରରେ ସମଗ୍ର ଅଞ୍ଚଳ ଉଠୁଛି ପଡ଼ୁଛି । କର୍ମୀ ସମାବେଶ, ମିଶ୍ରଣ ପର୍ବ ଏବଂ ଜନସଭା ଜୋରସୋରରେ ଚାଲିଛି । ଘର ଦୁଆର ମୁହଁରେ ଷ୍ଟାର୍‌ ପ୍ରଚାରକଙ୍କ ଗହଳି ଲାଗୁଛି ।

    ହାଇ ପ୍ରୋଫାଇଲ ନେତା, ମନ୍ତ୍ରୀ ଏବଂ ଜନ ପ୍ରତିନିଧିଙ୍କୁ ଯେଉଁଠି ଭେଟିବା ସାଧାରଣ ଲୋକଙ୍କ ଲାଗି ଦୁଃସ୍ୱପ୍ନ ଏବେ ଘର ଅଗଣାରେ ପହଞ୍ଚି ଯାଉଛନ୍ତି ଏମାନେ । ଆଉ ଭୋଟ ଭିକ୍ଷା ଭିତରେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତିର ପାହାଡ଼ ତୋଳୁଛନ୍ତି । ତଥାପି ବି ଭୋଟର ନିରବ । ଏହି ନିରବତା ଏବେ ନେତା, ପ୍ରାର୍ଥୀଙ୍କୁ ଡରାଉଛି ।

    ସମସ୍ୟା ବହୁଳ ଏହି ନିର୍ବାଚନ ମଣ୍ଡଳୀରେ ପ୍ରସଙ୍ଗ ଅନେକ । ହେଲେ ସେସବୁକୁ ନେଇ କେନ୍ଦ୍ର ଏବଂ ରାଜ୍ୟରେ ବିଭିନ୍ନ ସମୟରେ ଶାସନ ଦାୟିତ୍ୱ ତୁଳାଇଥିବା ଦଳର ନେତା ଓ ମନ୍ତ୍ରୀ ଲୋକଙ୍କୁ ସନ୍ତୁଷ୍ଟ କରିବା ଭଳି ଉତ୍ତର ଦେଇ ନ ପାରି ଅଡ଼ୁଆରେ । ରାଜ୍ୟର ସୀମାନ୍ତରେ ଥିବା ବ୍ରଜରାଜନଗର ବିଧାନସଭା କ୍ଷେତ୍ର ଖଣି ଖାଦାନ ଏବଂ ଶିଳ୍ପ ସମୃଦ୍ଧ ହେଲେ ହେଁ ଆନୁପାତିକ ଭାବେ ବିକାଶ ଘଟିନାହିଁ ।

    Maximum 500 characters

    ରାଜନୀତି View all

    Find Us on Facebook