ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ କେତେକ ସ୍ଥାନରେ ବିଭିନ୍ନ କାରଣରୁ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହିଥିଲା। ତେବେ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ ୨୭ରେ ପଞ୍ଚାୟତ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ଏପ୍ରିଲ ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜିଲା ପରିଷଦ ସଦସ୍ୟ, ସମିତି ସଭ୍ୟ , ସରପଞ୍ଚ ଏବଂ ଓ୍ବାର୍ଡମେମ୍ବର ପଦ ପାଇଁ ହେବ ନିର୍ବାଚନ। ଏପ୍ରିଲ ୨୯ରୁ ମେ ୨ ଯାଏଁ ନାମାଙ୍କନ ପତ୍ର ଦାଖଲ ହେବ। ମେ ୪ରେ ଏହାର ଯାଞ୍ଚ କରାଯିବ। ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ୭ ତାରିଖ ସୁଦ୍ଧ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ମେ ୨୭ ତାରିଖ ସକାଳ ୭ଟାରୁ ମଧ୍ୟାହ୍ନ ଗୋଟାଏ ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେବ। ମେ ୨୮ରେ ଗଣତି ଓ ଫଳାଫଳ ଘୋଷଣା ହେବ। ସୂଚନାଯୋଗ୍ୟ ଯେ କିଛି ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ହୋଇ ନ ଥିଲା ।
Comments ସମସ୍ତ ମତାମତ