Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ: ଚାଲିଛି ନିର୍ବାଚନ ଆୟୋଗ ଏବଂ ପ୍ରଶାସନିକ ଆଲୋଚନା

    Share on :
    ajab-Image
    Date: Jan 15, 2022    Views: 3692

    ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଚାଲିଛି ନିର୍ବାଚନ ଆୟୋଗ ଏବଂ ପ୍ରଶାସନିକ ଆଲୋଚନା । ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି ରାଜ୍ୟ ନିର୍ବାଚନ ଅୟୋଗ । ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଶନିବାର ଆଲୋଚନା କରୁଛନ୍ତି ।

    ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଚାଲିଛି ଆଲୋଚନା । ନିର୍ବାଚନ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ୍‌ ଡିଜି ସୁନୀଲ କୁମାର ବଂଶଲ, ଗୃହ ସଚିବ ସଂଜୀବ ଚୋପ୍ରା, ସ୍ୱାସ୍ଥ୍ୟ ସଚିବ ରାଜକୁମାର ଶର୍ମା ଓ ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ବିଭିନ୍ନ ଜିଲ୍ଲା ଓସୱାନ୍‌ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଡିସିପି, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜି ପ୍ରମୁଖ ଉପସ୍ଥିତ ଅଛନ୍ତି । ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ସୁରୁଖୁରୁରେ ନିର୍ବାଚନ ପରିଚାଳନା, ନିର୍ବାଚନବେଳେ ଆଇନଶୃଙ୍ଖଳା ରକ୍ଷା, କୋଭିଡ୍‌ ମଧ୍ୟରେ ନିରାପଦ ନିର୍ବାଚନ ନେଇ ଚାଲିଛି ଆଲୋଚନା ।

    Maximum 500 characters

    ତାଜା ଖବର View all

    Find Us on Facebook