Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ

    Share on :
    ajab-Image
    Date: Nov 6, 2025    Views: 2673

    ଭୁବନେଶ୍ୱର: ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହେବା ପରେ ଚଳଚଞ୍ଚଳ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀର କୁଆଖାଇ ନଦୀପଠା।ପ୍ରାୟ ୨୦ ଏକର ପରିମିତ ସ୍ଥାନରେ ପ୍ରଥମ ଥର ପାଇଁ ବାଲିଯାତ୍ରା ମହୋତ୍ସବ ଆୟୋଜନ ହୋଇଛି। ଆଜି କାର୍ତ୍ତିକ ପୁର୍ଣ୍ଣିମାରେ ରାତି ୩ଟାରୁ ଡଙ୍ଗାଇସା ପରେ ଭୋର୍ ୪ଟାରୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭଜନ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା।ଏଥିରେ ଅଭିନେତ୍ରୀ ଅର୍ଜିତା ସାହୁ ଙ୍କ ସହ ବହୁ କଳାକାର ଯୋଗଦେଇଥିଲେ। ସକାଳ ୭ଟା୧୫ରେ ବୋଇତ ବନ୍ଦାଣ ଉତ୍ସବ କୁ ବାଲିଯାତ୍ରା କମିଟିର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବର ଶୁଭାରମ୍ଭ କରିଥିଲେ।କାର୍ୟ୍ୟକ୍ରମ ରେ କମିଟିର ସାଧାରଣ ସମ୍ପାଦକ କବିରାଜ ସ୍ବାଇଁ, ଭୁବନେଶ୍ୱର ବ୍ଲବ୍ ଅଧକ୍ଷ ତଥା କମିଟି ର ଉପଦେଷ୍ଟା ନିରୁପମା ସାହୁ ପ୍ରମୁଖ ସାମିଲ ହୋଇଥିଲେ।ସନ୍ଧ୍ୟାରେ ପଙ୍କଜ ଝଲ୍ ଓ ମାନସୀ ଗ୍ରୁପ ଆଣ୍ଡ ଗଗନ ବିହାରୀ ଙ୍କ ଦ୍ଵାରା ଭଜନ ସନ୍ଧ୍ୟା ପରିବେଷଣ ହୋଇଥିଲା। ସଂଧ୍ୟା ରେ କମିଟି ର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ, କମିଟିର ସାଧାରଣ ସଂପାଦକ କବିରାଜ ସ୍ବାଇଁ,ଭୁବନେଶ୍ୱର ବ୍ଲବ୍ ଅଧକ୍ଷ ତଥା କମିଟି ର ଉପଦେଷ୍ଟା ନିରୁପମା ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଜେପି ନେତା ପ୍ରଶାନ୍ତ ପ୍ରଧାନ,ସୂର୍ୟ୍ୟକାନ୍ତ ସାହୁ , କ୍ଷୀରୋଦ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ।ଶୀତୁଆ ରାତିରେ ରାଜଧାନୀ ବାସୀ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ କୁ ଉପଭୋଗ କରିଥିଲେ।ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏକାମ୍ର ନିର୍ବାଚନ ମଣ୍ଡଳୀ ତଥା ବାଙ୍କୁଆଳ, କେଶୁରା, କୋରଡ଼କଣ୍ଟା, ଦୁର୍ଗାପୁର ପାଟଣା ଓ ବାସୁଆଘର ମୁରବି ଓ ଯୁବଗୋଷ୍ଠୀଙ୍କୁ ନେଇ ଦ୍ୱିତୀୟ ଥର ଲାଗି ଏକାମ୍ର ବାଲିଯାତ୍ରା ମହୋତ୍ସବ-୨୦୨୫ ଆୟୋଜନ କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସର ଟ୍ରାଫିକ ଓ ବଡ଼ଗଡ଼ ଥାନା ପୁଲିସ ସହାୟତାରେ ବ୍ୟପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପଡ଼ିଆର
    ବିଭିନ୍ନ ସ୍ଥାନରେ ୬୪ଟି (ସିସିଟିଭି) ଖଞ୍ଜା ହୋଇଛି। ବିଭିନ୍ନ ଦୋଳି ସହ ଖାଇବା ଷ୍ଟଲ୍, ମିନାବଜାର ର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ  ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା।କଳିଙ୍ଗ ସାଧବ ମାନଙ୍କର ସାଗର ଯାତ୍ରାର ସେହି ସ୍ୱର୍ଣ୍ଣିମ ପରମ୍ପରା ଓ ଐତିହ୍ୟ ଗାଥା ଆଜି ବୋଇତ ବନ୍ଦାଣ ମହୋତ୍ସବର ପରିଚୟ ପାଇବା ସହ ଓଡିଶାରେ ଏକ ପାର୍ବଣରେ ପରିଣତ ହୋଇସାରିଛି। ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଗାଁରୁ ସହର ସବୁ ଚଳଚଂଚଳ ହୋଇଉଠିଛି । ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ,ଏହି କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସଫଳତାକୁ ମନେ ପକାଏ ।ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ଉଦ୍ଘାଟିତ ହେଲାପ୍ରାଚୀନ ଉତ୍କଳର ଓଡିଆ ସାଧବ ପୁଅମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଆଦି ଦ୍ୱୀପପୁଞ୍ଜକୁ ଯାଇ ବଣିଜ ବେପାର କରୁଥିଲେ । ସେମାନେ ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ, ବୈଜ୍ଞାନିକ ବ୍ୟବସ୍ଥାକୁ ସବୁ ଜାଗାରେ ପଂହଚାଉଥିଲେ । ଫଳରେ ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା।ବୋଇତ ବନ୍ଦାଣ ପରମ୍ପରା ପ୍ରାଚୀନ ଉତ୍କଳୀୟ ସଂସ୍କୃତିର ଏକ ପ୍ରତିଛବି । ବହୁ ପ୍ରାଚୀନ ଯୁଗରୁ ଆମ ସାଧବପୁଅ ମାନେ ଐତିହାସିକ, ଦୁଃସାହସିକ ସାଗର ଯାତ୍ରା କରି ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଏବଂ ବ୍ରହ୍ମଦେଶ ଆଦି ଦେଶ ଗୁଡିକରେ ସଫଳତାର ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିପାରିଥିଲେ ଏବଂ ବିଶ୍ୱ ଦରବାରରେ ଓଡ଼ିଆଜାତିର ସାହସ ଏବଂ ବୀରତ୍ୱକୁ ନେଇ ଅନନ୍ୟ ପରିଚୟ ସୃଷ୍ଟି କରିପାରିଥିଲେ କ୍ଷ କଓଡ଼ିଆ ଅସ୍ମିତାର ସୁରକ୍ଷା ହେଉଛି ଏହି ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ର ମୂଳ ଲକ୍ଷ୍ୟ।ଓଡ଼ିଶାର ପୁରାତନ ଅର୍ଥନୈତିକ ଓ ଗରିମାମୟ ଇତିହାସର ମୁକସାକ୍ଷୀ ହେଉଛି ବୋଇତ ବନ୍ଦାଣ ଉତ୍ସବ।ଓଡ଼ିଶାର ସାଧବ ପୁଅଙ୍କ ଗାଥା ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି।କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ସାଧବପୁଅ କୀର୍ତିକୁ ମନେ ପକାଯାଏ।ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା ବୋଲି ଶ୍ରୀ ସିଂ କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook