Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଡ଼ ଖବର: ମନ୍ତ୍ରୀ ଅତନୁଙ୍କ ଘରକୁ ଅଣ୍ଡାମାଡ଼

    Share on :
    ajab-Image
    Date: Sep 14, 2023    Views: 3709

    ଭୁବନେଶ୍ୱର: ଛାତ୍ର୍ର ସଂସଦ ନିର୍ବାଚନକୁ ନେଇ ଅସନ୍ତୋଷ ଧୀରେ ଧୀରେ ତେଜିବାରେ ଲାଗିଛି । ଛାତ୍ର ସଂସଦ ବନ୍ଦ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ଦାବିରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଉଛି । 

    ତେବେ ଆଜି ପୂର୍ବ ଘୋଷଣା ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ବନ୍ଦ ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି ।  ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନକୁ ଘେରାଉ କରାଯାଇଛି । ଖାଲି ସେତିକି ନୁହେଁ  ବାସଭବନ ଘେରାଉ ସହ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । 

    ୨୪ ଘଣ୍ଟାରେ ଛାତ୍ର ସଂସଦ ବନ୍ଦ ନିଷ୍ପତ୍ତିକୁ ବଦଳାଇବାକୁ ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । ଅନ୍ୟଥା ଆନେ୍ଦାଳନ କରିବାକୁ ଛାତ୍ର କଂଗ୍ରେସ ଚେତାବନୀ ଦେଇଥିଲା । ତେବେ ୨୪ ଘଣ୍ଟା ମଧ୍ୟରେ କୌଣସି ସୁଫଳ ନମିଳିବାରୁ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହ  ବାସଭବନ ଉପରକୁ ଅଣ୍ଡାମାଡ଼ କରାଯାଇଛି । ତେବେ ସୁରକ୍ଷା ଦୃଷ୍ଟି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।  

    ପ୍ରକାଶ ଯେ ଚଳିତ ବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗର ଏକାଡେମିକ ତାଲିକାରେ ନିର୍ବାଚନ ନଥିବାରୁ ହେବନାହିଁ ନିର୍ବାଚନ। ୨୦୧୮ରୁ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ। 

    ଶିକ୍ଷା ଅନୁଷ୍ଠାନରେ ନିର୍ବାଚନ ହେବା ଦ୍ଵାରା ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ପାଠପଢ଼ାରେ ବାଧା ସୃଷ୍ଟି ହୁଏ। ସଠିକ୍ ସମୟରେ ୟୁଜି ଓ ପିଜି ପିଲାଙ୍କ ରେଜଲ୍ଟ ପ୍ରକାଶ ପାଏ ନାହିଁ। ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ହେଲେ କ୍ୟାମ୍ପସ କମିଟି ଏବେ ବି ଜାରି ରହିଛି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook