Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ବଢ଼ିଲା ଅଣ୍ଡା ଦର, ବଜାରରେ ଗୋଟା ୯ଟଙ୍କା

    Share on :
    ajab-Image
    Date: Dec 21, 2025    Views: 3093

    ଭୁବନେଶ୍ୱର:  ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟା ୯ଟଙ୍କା । କିଛିଦିନ ତଳେ ଗୋଟା ୭ଟଙ୍କା ଥିବା ବେଳେ ହଠାତ୍ ଦର ପୁଣି ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କା ଛୁଇଁଛି । ଗୋଟିଏ ପଟେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଅଣ୍ଡା ଦର ଶୁଣିବା ବେଳକୁ ମୁଣ୍ଡ ଗରମ ହୋଇଯାଉଛି । କେବଳ ଭୁବନେଶ୍ୱରରେ ନୁହେଁ କଟକରେ ମଧ୍ୟ ସମାନ ସ୍ଥିତି । ଗାଁରେ ଅଣ୍ଡା ଆଦୌ ମିଳୁନି । ବେପାରୀଙ୍କ କହିବା କଥା, ଫାର୍ମରେ ଅଣ୍ଡା ଅଭାବ ପଡ଼ିଛି। ସେଠାକୁ ଆବଶ୍ୟକ ପରିମାଣର ଅଣ୍ଡା ଆସୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ତଥାପି ଆସନ୍ତାମାସ ବେଳକୁ ଦର ଖସିଆସିବ ବୋଲି ଅନୁମାନ କରାଯାଇଛି ।

    ଏବେ ଭୁବନେଶ୍ୱରକୁ ଦୈନିକ ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶରୁ ୧୦ ଗାଡ଼ି ଅଣ୍ଡା ଆସୁଛି । ପ୍ରତି ଗାଡ଼ିରେ ୩୦୦ କାର୍ଟୁନ ରହୁଛି । ଗୋଟିଏ କାର୍ଟୁନରେ ୨୧୦ଟି ଅଣ୍ଡା ଥାଏ । ସେଦୃଷ୍ଟିରୁ ମୋଟ ୬ ଲକ୍ଷ ୩୦ହଜାର ଅଣ୍ଡା ଭୁବନେଶ୍ୱରକୁ ଆସେ । ସେଥିରୁ ବିଭିନ୍ନ ବଜାର, ହାଟ, ହୋଟେଲ, ବିଭିନ୍ନ ଫୁଡ୍ ଷ୍ଟଲ ଦୋକାନକୁ ଯାଏ । ତେଣୁ ଅଣ୍ଡାର ଚାହିଦା ବଢ଼ିବାରେ ଲାଗିଛି । ଯେତିକି ଅଣ୍ଡା ଆସିବା କଥା, ସେତିକି ଆସୁନି ।

    ଅପରପକ୍ଷେ, ପର୍ୟ୍ୟାପ୍ତ ଅଣ୍ଡା ମିଳିବାର କାରଣ ଶୀତଳଭଣ୍ଡାର ଅଭାବ ବୋଲି ବେପାରୀମାନେ କହିଛନ୍ତି । ଶୀତଦିନେ ଟିକେ ଚଳିଯିବ । ହେଲେ ଗରମ ପଡ଼ିଲେ, ଅଣ୍ଡା ବେଶୀଦିନ ରହିବନି ଦୀର୍ଘଦିନ ହେବ ଆମିଷ, ବିଶେଷକରି ଅଣ୍ଡାକୁ ଗଚ୍ଛିତ ରଖିବା ପାଇଁ ରାଜଧାନୀ ସମେତ କଟକ ଓ ରାଜ୍ୟର ବଡ଼ବଡ଼ ସହରରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଆମିଷ ବ୍ୟବସାୟୀ ସଂଘ ପକ୍ଷରୁ ଦାବି ହୋଇଆସୁଛି । ଶୀତଳଭଣ୍ଡା ରହିଲେ, ୩ମାସ ପର୍ୟ୍ୟନ୍ତ ଅଣ୍ଡା ଗଚ୍ଛିତ ହୋଇରହିବ । ହେଲେ ଶୀତଳଭଣ୍ଡାର ସ୍ଥାପନ ହୋଇପାରୁନି । ଫଳରେ ଅଣ୍ଡା ନଷ୍ଟ ହୋଇଯାଏ । ତେଣୁ ସରକାର ଶୀତଳଭଣ୍ଡାର ନିର୍ମାଣ କଲେ, ଅଧିକରୁ ଅଧିକ ଅଣ୍ଡା ଆସିପାରନ୍ତା

    Maximum 500 characters

    ରାଜ୍ୟ ଖବର View all

    Find Us on Facebook