Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପ୍ରତିଦିନ ୨ଟି ଅଣ୍ଡା ଖାଦ୍ୟରେ ସାମିଲ କରନ୍ତୁ

    Share on :
    ajab-Image
    Date: Sep 18, 2023    Views: 2522

    ଖାଦ୍ୟରେ ଅଣ୍ଡାର ସ୍ଥାନ ସ୍ୱତନ୍ତ୍ର ରହିଥାଏ। ଅଣ୍ଡାର ଆଇଟମ ମଧ୍ୟ ପ୍ରସ୍ତୁତ କରିବା ସହଜ ହୋଇଥାଏ। ତେବେ ଏହା କେବଳ ଏକ ସୁସ୍ୱାଦୁ ଖାଦ୍ୟ ନୁହେଁ ଅତ୍ୟନ୍ତ ଲାଭଦାୟକ ମଧ୍ୟ। ଅଣ୍ଡାରେ ଏପରି କିଛି ରହିଛି ଯାହା ଶରୀରକୁ ଆବଶ୍ୟକୀୟ ଖାଦ୍ୟସାର ଦେଇଥାଏ। ସୁସ୍ଥ ରହିବା ପାଇଁ ଅଣ୍ଡା ଖାଇବା ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ଡାକ୍ତରମାନେ ଛୋଟ ପିଲାଙ୍କୁ ଅଣ୍ଡା ଖୁଆଇବା ପାଇଁ ପରାମର୍ଶ ଦେଇଥାନ୍ତି।

    ଅଣ୍ଡାର କେଶରରେ ଥିବା କୋଲେଷ୍ଟୋରାଲ ଦେହ ପାଇଁ କ୍ଷତିକାରକ। ପ୍ରତିଦିନ ୨ଟି ଲେଖାଏଁ ଅଣ୍ଡା ଖାଇଲେ ବିଭିନ୍ନ ଫାଇଦା ମିଳିଥାଏ। ଗୋଟିଏ ଅଣ୍ଡାରେ ୧୮୬ ମିଲିଗ୍ରାମର କୋଲେଷ୍ଟୋରାଲ ରହିଥାଏ। ତେବେ ବୈଜ୍ଞାନିକଙ୍କ ମତରେ ୭୦ ପ୍ରତିଶତ ଲୋକଙ୍କ ଶରୀରରେ ଅଣ୍ଡା କଲୋଷ୍ଟୋରାଲର ମାତ୍ରାକୁ ବୃଦ୍ଧି କରି ନଥାଏ। କିନ୍ତୁ ଅନ୍ୟ ୩୦ ପ୍ରତିଶତଙ୍କ ଶରୀରରେ ଏହା ହେବାର ସମ୍ଭାବନା ଅଧିକ ରହିଥାଏ। ତେବେ ଅଣ୍ଡା ଖାଇବା ଦ୍ୱାର ହୃଦୟ ଜନିତ ରୋଗ କମ ହୋଇଥାଏ।

    ଏଥିରେ ବହୁ ପରିମାଣର ଭିଟାମିନ ବି, ବି୧୨, ବି୫, ବାଓଟିନ୍, ରିବୋଫ୍ଲାବିନ, ଥିଆମାଇନ୍ ଓ ସେଲେନିମୟ ରହିଛି। ଯାହା ଶରୀରର ଆବଶ୍ୟକୀୟ ପୋଷକ ତତ୍ୱ। ଅଣ୍ଡାରେ ୫୯ ପ୍ରତିଶତ ସେଲେନିୟମ ରହିଛି ଯାହା ସ୍ନାୟୁର ବିକାଶରେ କାର୍ଯ୍ୟ କରିଥାଏ। ଥଣ୍ଡା ଓ ଜର ପାଇଁ ଅଣ୍ଡା ଔଷଧ ଭାବେ ବ୍ୟବହୃତ ହୁଏ। ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଆଖିର ଜ୍ୟୋତି ବୃଦ୍ଧି ପାଇବା ସହ ଆଖି ସୁସ୍ଥ ରହେ। ଏପରିକି ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ଅଣ୍ଡା ସହାୟକ ହୋଇଥାଏ। ଆହୁରି ମଧ୍ୟ ଗର୍ଭବତୀଙ୍କ ପାଇଁ ଅଣ୍ଡା ଅତ୍ୟନ୍ତ ଉପଯୋଗୀ। 

    Maximum 500 characters

    ବିଶେଷ View all

    Find Us on Facebook