Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଣିକି କ୍ଲାସ ନ କରି ଖଟି କଲେ ଅଧ୍ୟାପକଙ୍କ ଉପରେ ନିଆଯିବ କାର୍ୟ୍ୟାନୁଷ୍ଠାନ

    Share on :
    ajab-Image
    Date: Jan 31, 2026    Views: 3146

    ଭୁବନେଶ୍ୱର: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ୟ୍ୟାନୁଷ୍ଠାନ। କଲେଜରେ ଅବହେଳା ନଜରକୁ ଆସିବା ପରେ ଏମିତି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଏକ ଟିମ୍‌ କଟକ ଜିଲ୍ଲାର ଦୁଇଟି ସଂସ୍କୃତ ଅନୁଦାନପ୍ରାପ୍ତ କଲେଜକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନରେ ସମୟରେ ଅଧିକାରୀମାନେ ଯାହା ଦେଖିବାକୁ ପାଇଲେ ତାହା ମୁଣ୍ଡ ଘୂରାଇ ଦେବ । କଲେଜର କ୍ଲାସ ସମୟରେ ଅଧ୍ୟାପକ ଓ ଅଣ ଅଧ୍ୟାପକମାନେ କ୍ଲାସରେ ନ ଥିଲେ । ଅନ୍ୟ ସ୍ଥାନରେ ଚେୟାର୍‌ରେ ବସି ଆରାମ କରିବା ସହ ମୋବାଇଲରେ ବ୍ୟସ୍ତ ଥିଲେ । ଏପରିକି ଯାଞ୍ଚ ସମୟରେ କଲେଜ କର୍ତ୍ତୃପକ୍ଷଙ୍କୁ ଅଧିକାରୀମାନେ ଉପସ୍ଥାନ ରେଜିଷ୍ଟର ମାଗିଥିଲେ । ହେଲେ ଦେଖିବାକୁ ମିଳିଥିଲା ଏଥିରେ ଅଧ୍ୟକ୍ଷ ଓ କିଛି କର୍ମଚାରୀ ୪ ଦିନ ଧରି ଦସ୍ତଖତ କରିନଥିଲେ । ଯାହା ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀକୁ ବ୍ୟାପକ ଉଲ୍ଲଂଘନ । 

    କେବଳ ଏତିକି ନୁହେଁ ପରିଦର୍ଶନରେ ଯାଇଥିବା ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କଲେଜ ଅଧ୍ୟକ୍ଷଙ୍କୁ ବାୟୋମେଟ୍ରିକ୍‌ ଉପସ୍ଥାନ ରେକର୍ଡ, ଲେସନ୍‌ ପ୍ଲାନ୍‌ ମାଗିଥିଲେ । କ୍ୟାସ୍‌ ବୁକ୍‌, ଛାତ୍ର ଉପସ୍ଥାନ ରେକର୍ଡ, ଡିସିଆର୍‌ ଓ ସମୟ ସାରଣୀ ଆଦି ମାଗିଥିଲେ । ହେଲେ ଅଧ୍ୟକ୍ଷ ଏହାକୁ ଦେଖାଇପାରିଲେ ନାହିଁ । ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଖପ୍ପା ହୋଇଛି । ବିଭାଗ ସ୍ପଷ୍ଟ ଭାବେ କହିଛି, ସରକାର ଗୁଣାତ୍ମକ ଶିକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି ସଂସ୍କୃତ ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ହେଲେ କଲେଜ କର୍ତ୍ତୃପକ୍ଷ ନିଜ କାର୍ୟ୍ୟରେ ଅବହେଳା କରୁଛନ୍ତି । ସଂସ୍କୃତ ଶିକ୍ଷା ଶୋଚନୀୟ ଅବସ୍ଥାରେ ପହଞ୍ଚିଲାଣି । ଯାହା ପାଇଁ କର୍ତ୍ତୃପକ୍ଷଙ୍କ ଅବହେଳା ହିଁ ପ୍ରମୁଖ ଦାୟୀ । ବିଭାଗ ଏହା ମଧ୍ୟ କହିଛି, ଯଦି ଅଚାନକ ଗସ୍ତରେ କୌଣସି କଲେଜରେ ଏଭଳି ଅବହେଳାର ନମୁନା ଦେଖିବାକୁ ମିଳିବ ତେବେ ସମ୍ପୃକ୍ତ ଅଧ୍ୟକ୍ଷ, କର୍ମଚାରୀ ଓ ଅଧ୍ୟାପକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଇ ଆକ୍ଟ ୧୯୬୯ ଅନୁଯାୟୀ, ସେମାନଙ୍କର ଦରମା ବନ୍ଦ କରାଯିବ ବୋଲି କଡ଼ା ଚେତାବନୀ ଦେଇଛି ବିଭାଗ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook