Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅନ୍‌ଲାଇନ ବେଟିଂ ଆପ୍‌ ମାମଲାଫିଲ୍ମ କଳାକାର ଓ କ୍ରିକେଟ ଖେଳାଳିଙ୍କ ଜବତ କଲା ଇଡି

    Share on :
    ajab-Image
    Date: Dec 20, 2025    Views: 3340

    ନୂଆଦିଲ୍ଲୀ: ଅନଲାଇନ ବେଟିଂ ଆପ୍ ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଏହି ବେଟିଂ ଆପ ପ୍ରଚାରପ୍ରସାର କରିଥିବା ଅନେକ ଫିଲ୍ମ କଳାକାର ଓ କ୍ରିକେଟ ଖେଳାଳିଙ୍କ ୭.୯୩ କୋଟିର ସମ୍ପତ୍ତିକୁ ଇଡି ଜବତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଉର୍ବଶୀ ରୌତେଲା, ସୋନୁ ସୁଦ, ଅଙ୍କୁଶ ହଜରା, ନେହା ଶର୍ମା, ଯୁବରାଜ ସିଂହ, ରବିନ ଉତ୍ଥପା, ମିମି ଚକ୍ରବର୍ତ୍ତୀଙ୍କ ଭଳି ପ୍ରମୁଖ ସେଲିବ୍ରିଟି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ପରେ କ୍ରୀଡ଼ା, ସିନେମା ଏବଂ ରାଜନୀତି ଜଗତର ଅନେକ ଜଣାଶୁଣା ନାମ ଯାଞ୍ଚ ପରିସରକୁ ଆସିଛି ।

    ତେବେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ସେଲିବ୍ରିଟିମାନେ ଅନ୍ଲାଇନ ବେଟିଂ ଆପ୍ ୧ଏକ୍ସବ୍ୟାଟ ଓ ୧ ଏକ୍ସବ୍ୟାଟ ସ୍ପୋର୍ଟିଂ ଲାଇନ୍ସର ପ୍ରଚାର ପ୍ରସାର କରିବା ସହ ଭାରତରେ ଅନ୍ଲାଇନ ଜୁଆଖେଳକୁ ପ୍ରୋତ୍ସାହିତ କରୁଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ, ଅନ୍ଲାଇନ ଭିଡିଓ ଏବଂ ଛାପା ବିଜ୍ଞାପନ ମାଧ୍ୟମରେ ସେମାନେ ଏହାର ପ୍ରଚାରପ୍ରସାର କରୁଥିଲେ । ଭାରତରେ ଏହି ଆପ୍ କାର୍ଯ୍ୟ କରିବା ଲାଗି ଅନୁମତି ନଥିଲା । ଏଥିପାଇଁ ସେମାନେ ମୋଟା ଅଙ୍କର ଅର୍ଥ ନେଇଥିଲେ । କିନ୍ତୁ ପରେ ଏହି ଆପ୍ ବ୍ୟାପକ ଠକେଇ କରିବା ଜଣାପଡିବା ପରେ ବିଭିନ୍ନ ରାଜ୍ୟରେ ଏହା ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ଇଡି କ୍ରିକେଟର ଶିଖର ଧାୱନଙ୍କ ସହିତ ଜଡିତ ୪.୫୫ କୋଟି ଏବଂ ପୂର୍ବତନ ଭାରତୀୟ ବ୍ୟାଟର ସୁରେଶ ରାଇନାଙ୍କ ସହିତ ଜଡିତ ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଥିଲା ।ଇଡି ୧ଏକ୍ସବ୍ୟାଟ ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୯.୦୭ କୋଟି ଟଙ୍କାର ସଂପତ୍ତି ଆଟାଚ୍ କରିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook