Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୋଇଲା ମାଫିଆଙ୍କ ୪୦ ଆଡ୍ଡାରେ ଇଡି ରେଡ୍

    Share on :
    ajab-Image
    Date: Nov 21, 2025    Views: 3014

    ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡିର ବଡ଼ କାର୍ୟ୍ୟାନୁଷ୍ଠାନ। କୋଇଲା ମାଫିଆଙ୍କ ୪୦ ଆଡ୍ଡାରେ ଇଡି ରେଡ୍। କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଚଢାଉ। ଏହି ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। ଚଢାଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର ସକାଳେ କୋଇଲା ତସ୍କରୀ ଓ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଇଡି ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଚଢାଉ କରିଛି। ଏଥିରେ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ଚଢାଉ କରାଯାଉଛି। ସେହିପରି ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଇଡି ରେଡ୍ କରିଛି। ଦୁର୍ଗାପୁର, ପୁରୁଲିଆ, ହୁଗୁଳି ଏବଂ କୋଲକାତା ଜିଲ୍ଲାରେ ନରେନ୍ଦ୍ର ଖରକା, ଅନିଲ ଗୋୟଲ, ଯୁଧୀଷ୍ଠିର ଘୋଷ, କ୍ରିଷ୍ଣା ମୁରାରୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ରେଡ୍ ଚାଲିଛି। ଅବୈଧ କୋଇଲା ଖନନ, ପରିବହନ ଏବଂ ଗଚ୍ଛିତ କରି ରଖିବା ମାମଲାରେ ରେଡ୍ କରୁଛି। କୋଇଲା ମାଫିଆଙ୍କ ବିରୋଧରେ ଇଡିର ଏହା ବଡ଼ କାର୍ୟ୍ୟାନୁଷ୍ଠାନ ବୋଲି କୁହାଯାଉଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook