ମୁଖ୍ୟ ଖବର
ବ୍ରହ୍ମପୁର: ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଚିଟ୍ଫଣ୍ଡ କମ୍ପାନି ଗ୍ରୀନ୍ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ତନାଘନା ଚଳାଇଛି। ଲୋକଙ୍କଠୁ ପାଖାପାଖି ୫୦୦ କୋଟି ଠକେଇ ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ଲୋକଙ୍କ ଠାରୁ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ହୋଇଥିଲା ।ପ୍ରାୟ ୫୦୦ କୋଟି ହେବ ବୋଲି ଅଭିଯୋଗ ହୋଇଥିଲା । ଏପିରିକି ୨୦୧୩ ମସିହାରେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାର ତଦନ୍ତ କରୁଥିଲା । ଆଉ ଏବେ ଗୁରୁବାର ଦିନ ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ ସଂସ୍ଥାର କର୍ତ୍ତୃପକ୍ଷ ପ୍ରଦୀପ ସିଂହଙ୍କ ବ୍ରହ୍ମପୁର ସ୍ଥିତ ଅଯୋଧ୍ୟା ନଗର ଠାରେ ଥିବା ଏକ ଘରେ ଚଢାଉ କରିଛି । । ଅଯୋଧ୍ୟା ନଗର ବ୍ୟତୀତ ଆଉ କିଛି ସ୍ଥାନରେ ଚଢାଉ ହୋଇଥିବା ସୂଚନା ମିଳିଛି । ହେଲେ ଏବେ ଯାଏ ଅନ୍ୟ ସ୍ଥାନ ସଂପର୍କରେ କୌଣସି ସୂଚନା ମିଳିନାହିଁ।
Comments ସମସ୍ତ ମତାମତ