Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    Share on :
    ajab-Image
    Date: Oct 18, 2026    Views: 2483

    ତିରୁଅନନ୍ତପୁରମ୍‌: କେରଳ ବିରୋଧୀ ଦଳ ନେତା ପିନାରାଇ ବିଜୟନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ସମନ ଜାରି କରାଯାଇଛି। କୋଚିନ୍‌ ମିନେରାଲ ଓ ରୁଟାଇଲ ଲିମିଟେଡ୍‌(ସିଏମ୍‌ଆରଏଲ)ରେ ବେଆଇନ ଅର୍ଥ କାରବାରରେ ବିଜୟନ୍‌ଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଏହି ସମନ ଜାରି ହୋଇଛି। ଆସନ୍ତା ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ସମନରେ ବିଜୟନ୍‌ଙ୍କୁ କୁହାଯାଇଛି। ଶନିବାର ବିଜୟନ୍‌ଙ୍କ ବାସଭବନ ବାହାରେ ଇଡି ତରଫରୁ ଏହି ସମନ ଲଗାଯାଇଛି।

    ସୂଚନାଥାଉ କି ସିଏମ୍‌ଆରଏଲ ବେଆଇନ ଅର୍ଥ କାରବାରକୁ ନେଇ କେରଳ ପୁଲିସ ତରଫରୁ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର ଇଡି ନେଇଛି। ତାଙ୍କ ବିରୋଧରେ ଥିବା ଏଫଆଇଆରକୁ ରଦ୍ଦ କରିବାକୁ ବିଜୟନ୍‌ ପ୍ରଥମେ କେରଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ କେରଳ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ବିଜୟନ୍‌ ସୁପ୍ରିମକୋର୍ଟରେ ଏ ନେଇ ଏକ ମାମଲା ରୁଜୁ କରିଛନ୍ତି। ଶନିବାର ଇଡି ଅଧିକାରୀ ପୁଲିସ ଉପସ୍ଥିତିରେ ବିଜୟନ୍‌ଙ୍କ ବାସଭବନ ପାଚେରିରେ ସମନ ଲଗାଇଥିବା ବେଳେ ତାହାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି ସିପିଆଇ (ଏମ୍‌)ର ବରିଷ୍ଠ ନେତା ଭି.ଶିବାନକୁଟ୍ଟି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook