Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ଇଡି ରେଡ୍

    Share on :
    ajab-Image
    Date: Mar 10, 2025    Views: 5479

    ରାୟପୁର ଚତିଶଗଡ ମଦ ଦୁର୍ନୀତି ମାମଲାରେ ଆକ୍ସନ ମୁଡରେ ଇଡି । ମନି ଲଣ୍ଡିଂ ମାମଲା ନେଇ ୧୪  ସ୍ଥାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ଓ ତାଙ୍କ ପୁଅଙ୍କ ଘରେ ଇଡି ଛାପା ମାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ୧୪ ଠିକଣାରେ ପିଏମଏଲଏ ଆକ୍ଟ ଅଧୀନରେ ରେଡ୍ କରିଛି ଇଡି ।
    ଇଡି ସ୍କାନରରେ ଭୂପେଶ ବଘେଲ- ଛତିଶଗଡରେ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଦ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ଏବେ ପୂର୍ବତନ ମନ୍ତ୍ରୀଙ୍କ ସମେତ ବହୁ ଅଧିକାରୀ ଗିରଫ ହୋଇ ସାରିଛନ୍ତି । ଏବେ ଇଡି ସ୍କାନରରେ ଭୂପେଶ ବଘେଲ । ଆଜି ସକାଳୁ ସକାଳୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶଙ୍କ ଘରେ ଇଡି ରେଡ୍ କରିଛି । ଏହି ଲିଙ୍କରେ ଚତିଶଗଡରେ ପାଖାପାଖି ୧୪ଟି ସ୍ଥାନରେ ସର୍ଚ୍ଚ ଅପରେସନ ହୋଇଛି । ୨୦୧୮ରୁ ୨୦୨୩ ଯାଏ ଭୂପେଶ ଛତିଶଗଡ ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୩ ବିଧାନସଭା ନିର୍ବାଚନରେ ତାଙ୍କ ନେତୃତ୍ବାଧୀନ କଂଗ୍ରେସ ହାରି ଯାଇଥିଲା ।

    ଭୂପେଶ ବଘେଲଙ୍କ ପୁଅଙ୍କ ଘରେ ରେଡ୍- ସୁତ୍ର ଅନୁସାରେ ଛତିଶଗଡ ମଦ ଦୁର୍ନୀତି ମାମଲାରେ ପୂର୍ବତନ ସିଏମ ଭୂପେଶ ବଘେଲଙ୍କ ସମେତ ତାଙ୍କ ପୁଅଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଭୂପେଶଙ୍କ ପୁଅ ଚୈତନ୍ୟ ରିୟଲ ଷ୍ଟେଟ୍ କାରବାର କରନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook